ବଡ ପାଟିରେ ଜପ କରାଯାଏ ନାହିଁ ଗାୟତ୍ରୀ ମନ୍ତ୍ର : ସୂର୍ଯ୍ୟୋଦୟ ସମୟରେ ମନ୍ତ୍ର ଜପ ଅତ୍ୟନ୍ତ ଶୁଭ

Published By : Prameya-News7 Bureau | April 20, 2020 IST

ଭୁବନେଶ୍ୱର ୨୦/୦୪ : ଗାୟତ୍ରୀ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଗାୟତ୍ରୀ ମନ୍ତ୍ର ଜପ କରାଯାଇଥାଏ | ଗାୟତ୍ରୀ ମନ୍ତ୍ର ସର୍ବଶ୍ରେଷ୍ଠ ମନ୍ତ୍ର ମଧ୍ୟରୁ ଗୋଟିଏ | ଏହି ମନ୍ତ୍ର ଦିନକୁ ୩ଟି ସମୟରେ ଜପ କରାଯାଇପାରେ | ଏହି ସମୟକୁ ସନ୍ଧ୍ୟାକାଳ କୁହାଯାଏ |

ଗାୟତ୍ରୀ ମନ୍ତ୍ର - ଓଁ ଭୂର୍ଭୁଵଃ ସ୍ଵ ତତ୍ସବିତୁର୍ବରେଣ୍ୟମ ଭର୍ଗୋ ଦେଵାସ୍ୟ ଧୀମହୀ ଧିୟୋ ୟୋ ନଃ ପ୍ରଚୋଦୟାତ୍

ଗାୟତ୍ରୀ ମନ୍ତ୍ରର ଅର୍ଥ ହେଲା- ସୃଷ୍ଟିକର୍ତ୍ତା ପ୍ରକାଶମାନ ପରମାତ୍ମାଙ୍କ ତେଜକୁ ଧ୍ୟାନ କରିବା, ଈଶ୍ୱରଙ୍କ ଏହି ମହିମା ଆମ ବୁଦ୍ଧିମତାକୁ ଧାର୍ମିକତାର ପଥରେ ଚାଲିବାକୁ ପ୍ରେରଣା ଦିଅନ୍ତୁ |

ଗାୟତ୍ରୀ ମନ୍ତ୍ର ଜପ କରିବାର ପ୍ରଥମ ସମୟ ହେଲା ପ୍ରାତଃ କାଳ ଅର୍ଥାତ ସୂର୍ଯ୍ୟୋଦୟର କିଛି ସମୟ ପୂର୍ବରୁ ମନ୍ତ୍ର ଜପ ଆରମ୍ଭ କରିବା ଉଚିତ | ଏହି ଜପ ସୂର୍ଯ୍ୟୋଦୟର କିଛି ସମୟ ପର୍ଯ୍ୟନ୍ତ ଜାରି ରଖିବା ଉଚିତ | ମନ୍ତ୍ର ଜପ ପାଇଁ ଦ୍ୱିତୀୟ ସମୟ ହେଲା ଅପରାହ୍ନ | ତୃତୀୟ ସମୟ ହେଲା ସନ୍ଧ୍ୟା ଅର୍ଥାତ ସୂର୍ଯ୍ୟାସ୍ତର କିଛି ସମୟ ପୂର୍ବରୁ | ସୂର୍ଯ୍ୟାସ୍ତର କିଛି ସମୟ ପୂର୍ବରୁ ମନ୍ତ୍ର ଜପ ଆରମ୍ଭ କରି ସୂର୍ଯ୍ୟାସ୍ତର କିଛି ସମୟ ପର୍ଯ୍ୟନ୍ତ ଜାରି ରଖିବା ଉଚିତ | 

ଏହି ୩ଟି ସମୟ ଛଡା ଯଦି ଅନ୍ୟ କେଉଁ ସମୟରେ ଜପ କରିବାକୁ ଚାହୁଁଛନ୍ତି ତାହେଲେ ମୌନ ରହି କିମ୍ବା ମାନସିକ ସ୍ଥରରେ ଜପ କରିବା ଉଚିତ | ଗାୟତ୍ରୀ ମନ୍ତ୍ର ଉଚ୍ଚ ଶବ୍ଦରେ କିମ୍ବା ବଡ ପାଟିରେ କରିବା ଅନୁଚିତ | ଏହି ଶ୍ରେଷ୍ଠ ମନ୍ତ୍ର ଜପ ପାଇଁ ରୁଦ୍ରାକ୍ଷ ମାଳା ପ୍ରୟୋଗ କରିବା ସର୍ବଶ୍ରେଷ୍ଠ ହୋଇଥାଏ | 

ଗାୟତ୍ରୀ ମନ୍ତ୍ର ଜପର ଅନେକ ଲାଭ ରହିଛି | ଗାୟତ୍ରୀ ମନ୍ତ୍ର ଜପ ଦ୍ୱାରା ମନକୁ ଶାନ୍ତି ମିଳିବ ସହ ସକାରାତ୍ମକ ଶକ୍ତି ମିଳିଥାଏ | ନକାରାତ୍ମକ ଶକ୍ତି ଦୂରେଇଯାଇ | ତ୍ୱଚାରେ ଚମକ ଆସିଥାଏ, ବିଚାରଧାରା ପବିତ୍ର ହୁଏ, ଭଗବାନ ଆଡକୁ ମନ ଅକ୍ରୁସ୍ତ ହୋଇଥାଏ, ନେତ୍ରର ଉଜ୍ଜ୍ୱଳତା ବଢିଥାଏ, କ୍ରୋଧ ଶାନ୍ତ ହୋଇଥାଏ, ଜ୍ଞାନ ବୃଦ୍ଧି ହୋଇଥାଏ | ଗାୟତ୍ରୀ ମନ୍ତ୍ର ଜପ କରିବା ହାଇପୋଥାଲାମସକୁ ସକ୍ରିୟ କରିଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ କରିଥାଏ | ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରୁଥିବା ବ୍ୟକ୍ତିଙ୍କ ସ୍ୱଭାବ ଶାନ୍ତ ଓ ଆକର୍ଷକ ହୋଇଥାଏ |

ଗାୟତ୍ରୀ ମନ୍ତ୍ରକୁ ପ୍ରାର୍ଥନା ଭାବରେ ବିବେଚନା କରାଯାଇପାରେ ଯାହା ଆତ୍ମାକୁ ଜାଗ୍ରତ କରେ ଏବଂ ମୁକ୍ତ କରେ | ଏହା ଶ୍ରୀମଦ୍ ଭଗବଦ୍ ଗୀତାରେ ଭାବରେ ଉଲ୍ଲେଖ କରାଯାଇଛି, ଯେଉଁଠାରେ କୃଷ୍ଣ ଅର୍ଜୁନଙ୍କୁ କୁହନ୍ତି, ମୁଁ ହେଉଛି ଗାୟତ୍ରୀ। ଏହା ଆମକୁ କୃଷ୍ଣ ଚେତନାକୁ ନିର୍ଦ୍ଦେଶ ଦେଇଥାଏ ଏବଂ କହିଥାଏ ଯେ ମନ୍ତ୍ର ଜପ କରିବା ଦ୍ୱାରା ଈଶ୍ୱରଙ୍କ ନିକଟତର ହେବାରେ ସାହାଯ୍ୟ କରିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.