ଗାୟତ୍ରୀ ମହାମନ୍ତ୍ର ଜପରୁ ମିଳିଥାଏ ଅନେକ ଲାଭ: ଜାଣନ୍ତୁ ମନ୍ତ୍ରର ଅର୍ଥ ଓ ଜପ ବିଧି

Published By : Prameya-News7 Bureau | September 29, 2020 IST

ଭୁବନେଶ୍ୱର ୨୯/୦୯ : ଶାସ୍ତ୍ର ଅନୁସାରେ ଗାୟତ୍ରୀ ମନ୍ତ୍ରକୁ ବେଦରେ ସର୍ବଶ୍ରେଷ୍ଠ ମନ୍ତ୍ର କୁହାଯାଇଛି । ଗାୟତ୍ରୀ ମନ୍ତ୍ରକୁ ମହାମନ୍ତ୍ର ମଧ୍ୟ କୁହାଯାଏ । ମୁନି ଋଷି ମୁକ୍ତ କଣ୍ଠରେ ଗାୟତ୍ରୀ ମନ୍ତ୍ର ଗୁଣଗାନ କରନ୍ତି । ଭଗବାନ ଶ୍ରୀକୃଷ୍ଣ ଗୀତାରେ ସ୍ୱୟଂ କହିଛନ୍ତି ଯେ 'ଗାୟତ୍ରୀ ଛନ୍ଦସାମହମ' ଅର୍ଥାତ ମୁଁ ସ୍ୱୟଂ ଗାୟତ୍ରୀ ମନ୍ତ୍ରରେ ଅଛି ।

" ଓଁ ଭୂର୍ଭୁଵଃ ସ୍ଵ ତାତ୍ସବିତୁରବରେନ୍ୟଂ ଭର୍ଗୋ ଦେଵସ୍ୟ ଧୀମହୀ ଧିୟୋ ୟୋ ନଃ ପ୍ରଚୋଦୟାତ୍ "

ଅର୍ଥାତ, ସେହି ପ୍ରାଣସ୍ୱରୂପ, ଦୁଃଖନାଶକ, ସୁଖସ୍ୱରୂପ, ଶ୍ରେଷ୍ଠ, ତେଜସ୍ୱି, ପାପନାଶକ, ଦେବସ୍ୱରୂପ ପରମାତ୍ମାଙ୍କୁ ଆମେ ଧ୍ୟାନ କରିବା । ସେହି ପରମାତ୍ମା ଆମ ବୁଦ୍ଧିକୁ ସତମାର୍ଗରେ ପ୍ରେରିତ କରିବେ ।

{"id":336255,"sizeSlug":"large"}

ଗାୟତ୍ରୀ ମନ୍ତ୍ର ଜପ କରିବା ସମୟ :

ବେଦ ଓ ପୁରାଣରେ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ୩ଟି ସମୟ ଦିଆଯାଇଛି । ପ୍ରଥମ ସମୟ ହେଲା ପ୍ରାତଃକାଳ, ଦ୍ୱିତୀୟରେ ଅପରାହ୍ନ ସମୟ ଓ ତୃତୀୟରେ ସନ୍ଧ୍ୟା ସମୟ । ତାଛଡା ଗାୟତ୍ରୀ ମହାମନ୍ତ୍ର ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ମୌନ ରହି କରିପାରିବେ ।

{"id":336257,"sizeSlug":"large"}

ଗାୟତ୍ରୀ ମନ୍ତ୍ର ଜପ କରିବା ବିଧି :

-ଘରର ମନ୍ଦିର କିମ୍ବା କୌଣସି ସଫା ଜାଗାରେ ଗାୟତ୍ରୀ ମାତାଙ୍କୁ ଧ୍ୟାନ କରି ଜପ କରିବା ଉଚିତ

- ସ୍ନାନ ଆଦି ସାରି ସଫା ଲୁଗା ପିନ୍ଧି ଗାୟତ୍ରୀ ମହାମନ୍ତ୍ର ଜପ କରିବା ଉଚିତ

- ଗାୟତ୍ରୀ ମହାମନ୍ତ୍ର ଜପ କରିବା ସମୟରେ ଆରାମଦାୟକ ମୁଦ୍ରାରେ ବସିବା ଉଚିତ

- ମହାମନ୍ତ୍ର ଜପ ପାଇଁ ତୁଳସୀ କିମ୍ବା ଚନ୍ଦନ ମାଳା ପ୍ରୟୋଗ କରିବା ଉଚିତ

- ତରତର ହୋଇ ଗାୟତ୍ରୀ ମହାମନ୍ତ୍ର ଜପ କରିବା ଅନୁଚିତ

-  ଗାୟତ୍ରୀ ମହାମନ୍ତ୍ର ଜପ ବଡ ପାଟିରେ କରିବା ଉଚିତ ନୁହେଁ, ମୌନ ରହି କରିବା ଉଚିତ

{"id":336258,"sizeSlug":"large"}

ଗାୟତ୍ରୀ ମହାମନ୍ତ୍ରରୁ କଣ ମିଳିଥାଏ ବରଦାନ :

- ଗାୟତ୍ରୀ ମନ୍ତ୍ର ଜପ ଦ୍ୱାରା ବ୍ୟକ୍ତିଙ୍କ ମନରେ ଉତ୍ସାହ ଓ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ

-ମହାମନ୍ତ୍ର ଜପ ଦ୍ୱାରା ବ୍ୟକ୍ତିଙ୍କ ମନ ଧାର୍ମିକ କାର୍ଯ୍ୟରେ କାଗିଥାଏ

- ମହାମନ୍ତ୍ର ଜପ ଦ୍ୱାରା ବ୍ୟକ୍ତିଙ୍କୁ ପୂର୍ବାଭାସ ମଧ୍ୟ ହୋଇଥାଏ

- ଗାୟତ୍ରୀ ମନ୍ତ୍ର ଜପ ଦ୍ୱାରା ବ୍ୟକ୍ତିଙ୍କ ଭିତରେ ଆଶୀର୍ବାଦ ଦେବା ଶକ୍ତି ବୃଦ୍ଧି ପାଏ

- ମହାମନ୍ତ୍ର ଜପ ଦ୍ୱାରା ସ୍ବପ୍ନ ସିଦ୍ଧି ପ୍ରାପ୍ତି ହୋଇଥାଏ

-  ମହାମନ୍ତ୍ର ଜପ ଦ୍ୱାରା ମଣିଷର କ୍ରୋଧ ଶାନ୍ତ ହେବାକୁ ଲାଗିଥାଏ

- ଗାୟତ୍ରୀ ମହାମନ୍ତ୍ର ଜପ ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ହୋଇଥାଏ

- ଗାୟତ୍ରୀ ମହାମନ୍ତ୍ର ଜପ ଦ୍ୱାରା ମଣିଷ ମନ ଖରାପ କାର୍ଯ୍ୟରୁ ଦୁରେଇ ରୁହେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.