Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବନ୍ୟଜନ୍ତୁ ଆକ୍ରମଣରେ ବୃଦ୍ଧ ମୃତ, ବନବିଭାଗର ଅଣଦେଖାକୁ ନେଇ ଅସନ୍ତୋଷ

16/05/2020 at 12:15 PM

ଆଠମଲ୍ଲିକ ୧୬।୦୫: ବନ୍ୟଜନ୍ତୁ ଆକ୍ରମଣରେ ଜଣେ ବୃଦ୍ଧ ମୃତ । ଆଠମଲ୍ଲିକବନଖଣ୍ଡ ଅନ୍ତର୍ଗତ ହଣ୍ଡପା ରେଞ୍ଜର ବିଲେଇନାଳି ପଞ୍ଚାୟତର ଭେଜିଗୋଠ ଗାଁରେ ଘଟିଛି ଘଟଣା । ଦୁଇ ଗୟଳ ଆକ୍ରମଣରେ ଦୟାନିଧି ସାହୁ ନାମକ ଜଣେ ବୃଦ୍ଧଙ୍କ ମୃତ ହୋଇଛି ।

ସୂଚନାଯୋଗ୍ୟ ଯେ, ଶୌଚ ହେବାକୁ ଯାଉଥିବା ସମୟରେ ଦୁଇ ଜଙ୍ଗଲୀ ଗୟଳ ତାଙ୍କୁ ଆକ୍ରମଣ କରିଥିଲେ । ଗୟଳ ନିକଟରୁ ଜୀବନ ବଞ୍ଚାଇ ଦୌଡୁଥିବା ସମୟରେ ପୋଖରୀ ଉପରୁ ଖସି ପଡ଼ିଥିଲେ । ଯାହାଫଳରେ ତାଙ୍କର ମୁଣ୍ଡରେ ଆଘାତ ହେଇଥିଲା । ଗାଁ ଲୋକେ ତାଙ୍କୁ ଆଠମଲ୍ଲିକ ମେଡିକାଲକୁ ଆଣିବା ରାସ୍ତାରେ ତାଙ୍କର ମୃତ୍ୟୁ ହେଇଯାଇଥିଲା । ତାଙ୍କର ମୃତ ଶରୀରକୁ ଧରି ଆଠମଲ୍ଲିକ ମେଡିକାଲ ବାରଣ୍ଡାରେ ତାଙ୍କ ସ୍ତ୍ରୀ ପଡ଼ି ରହିଥିଲେ ବେଳେ ଘଟଣାସ୍ଥଳକୁ ବନବିଭାଗର କୌଣସି ଅଧିକାରୀ ପହଁଚିନାହାନ୍ତି ।

   Related Posts