Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ପୋଲିସ ଏନକାଉଣ୍ଟରରେ ୩ ନକ୍ସଲ ନିହତ: କୁଖ୍ୟାତ ନକ୍ସଲ କମାଣ୍ଡର ଉପରେ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର

22/11/2020 at 11:52 AM

ପାଟନା ୨୨/୧୧ : ବିହାର ଗୟାରେ ପୋଲିସ ଏନକାଉଣ୍ଟର ୩ ନକ୍ସଲ ପ୍ରାଣ ହରାଇଛନ୍ତି। ୩ ନକ୍ସଲଙ୍କ ମଧ୍ୟରେ ଜଣେ କୁଖ୍ୟାତ ନକ୍ସଲ ମଧ୍ୟ ସାମିଲ ଅଛି। ଏହି କୁଖ୍ୟାତ ନକ୍ସଲ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା। ନକ୍ସଲମାନେ ଏକ ବଡ ଘଟଣାକ୍ରମରେ ଦୁଇଜଣଙ୍କୁ ହତ୍ୟା କରିଥିଲେ। ଏହାପରେ ପୋଲିସ ଏନକାଉଣ୍ଟର କରିଥିଲା।

ସୂଚନା ଅନୁଯାୟୀ, ନକ୍ସଲ ସଂଗଠନର ଇନ୍ଦଲ ଗ୍ରୁପ ଶନିବାର ରାତିରେ ବାରାଚଟ୍ଟି ଅନ୍ତର୍ଗତ ନଗରପୁରଡିହର ମୁଖିଆଙ୍କ ଦିଅର ବୀରେନ୍ଦ୍ର ଯାଦବ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବାରାଚଟ୍ଟି ଥାନା ପୋଲିସ ଓ କୋବ୍ରା ୨୦୫ କମ୍ପାନୀ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପୋଲିସ ଓ କୋବ୍ରା ଟିମ ଘଟଣାସ୍ଥଳରେ ପହଞ୍ଚି ନକ୍ସଲଙ୍କୁ ଘେରାଉ କରିଥିଲେ। ଏହାପରେ ଉଭୟ ତରଫରୁ ଫାଇରିଙ୍ଗ ହୋଇଥିଲା। ପୋଲିସ ଗୁଳିରେ ନକ୍ସଲ ଜୋନାଲ କମାଣ୍ଡର ଆଲୋକ ଯାଦବ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲା। ଆଲୋକ ଉପରେ ଝାରଖଣ୍ଡ ସରକାର ତରଫରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଆଉ ଦୁଇ ନକ୍ସଲ ପୋଲିସ ଗୁଳିରେ ଆହତ ହେବାପରେ ସେଠାରୁ ଫେରାର ହୋଇଯାଇଥିଲେ। କିନ୍ତୁ ପରେ ପୋଲିସ ଦୁଇ ଆହତ ନକ୍ସଲଙ୍କ ମୃତଦେହ ଠାବ କରିଥିଲା। ପୋଲିସ ଓ ନକ୍ସଲ ଫାଏରିଙ୍ଗରେ ଜଣେ ପୋଲିସକର୍ମୀ ଓ ଅନ୍ୟ ଗ୍ରାମବାସୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସଏସପି ରାଜୀବ ମିଶ୍ର କହିଛନ୍ତି ଯେ, ପୋଲିସ ଘଟଣାସ୍ଥଳରୁ ଏକେ-୪୭ ଓ ରାଇଫଲ ସହ ଅନ୍ୟାନ୍ୟ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏବେ ମଧ୍ୟ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ନକ୍ସଲ ଟିମ ଯେଉଁ ବୀରେନ୍ଦ୍ର ଯାଦବଙ୍କୁ ହତ୍ୟା କରିଛି, ତାଙ୍କୁ ଏବଂ ତାଙ୍କ ପରିବାରକୁ ନକ୍ସଲ ପୂର୍ବରୁ ହିଁ ଟାର୍ଗେଟ କରିଥିଲେ। କିଛି ବର୍ଷ ପୂର୍ବରୁ ସାସାରାମ ଅଞ୍ଚଳରେ ବୀରେନ୍ଦ୍ର ଯାଦବଙ୍କ ଭାଇଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ। ଏହାପରେ ସେ ନକ୍ସଲଙ୍କ ଭୟରେ ଗାଁ ଛାଡି ବାରାଚଟ୍ଟିରେ ରହୁଥିଲେ। ଛଠ ପୂଜା ଅବସରରେ ସେ ନିଜ ଗାଁକୁ ଯାଇଥିଲେ। ନକ୍ସଲମାନେ ଜଣେ ସହଯୋଗୀଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିଲେ।

   Related Posts