ଚାଞ୍ଚଲ୍ୟ/ଇସ୍ରୋ ବୈଜ୍ଞାନିକଙ୍କ ହତ୍ୟା: ସମଲିଂଗି ପାର୍ଟନର ଗିରଫ, ସେକ୍ସ ଓ ବ୍ଲାକ ମେଲିଂ କାରଣ ଆସିଲା ପଦାକୁ…

Published By : Prameya-News7 Bureau | October 05, 2019 IST

ହାଇଦ୍ରାବାଦ୫|୧୦: ଇସ୍ରୋର ବୈଜ୍ଞାନିକ ଆର ସୁରେଶ କୁମାରଙ୍କ ହତ୍ୟା ମାମଲାରେ ପୋଲିସ ଇସ୍ରୋର ଜଣେ ଲ୍ୟାବ ଟେକନିସିଆନଙ୍କୁ ଗିରଫ କରିଛି। ଇସ୍ରୋ ନ୍ୟାଶନାଲ ରିମୋଟ ସେଂସିଙ୍ଗ ସେଣ୍ଟରର ୫୬ ବର୍ଷ ବୟସ୍କ ବୈଜ୍ଞାନିକ ଆର ସୁରେଶ କୁମାରଙ୍କୁ ଗତ ୩୦ ତାରିଖରେ ହତ୍ୟା କରାଯାଇଥିଲା। ପୋଲିସ ଅନୁସାରେ ହତ୍ୟା ପୂର୍ବରୁ ଅଭିଯୁକ୍ତ ଅନ୍‌ଲାଇନ ହତ୍ୟା କରିବାର ଉପାୟ ଖୋଜିଥିଲା।

ରିପୋର୍ଟ ଅନୁସାରେ ୩୯ ବର୍ଷ ବୟସ୍କ ଲ୍ୟାବ ଟେକନିସିଆନ ଶ୍ରୀନିବାସଙ୍କ ସହ ବୈଜ୍ଞାନିକ ସୁରେଶ କୁମାରଙ୍କ ସମଲିଙ୍ଗି ଶାରୀରିକ ସମ୍ବନ୍ଧ ଥିଲା। ଏହାର ଫାଇଦା ନେଇ ଶ୍ରୀନିବାସ ବୈଜ୍ଞାନିକଙ୍କୁ ବ୍ଲାକମେଲ କରୁଥିଲା। ତେବେ ଟଙ୍କା ନମିଳିଥିବାରୁ ଶ୍ରୀନିବାସ ବୈଜ୍ଞାନିକଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି।

{"id":166486,"width":552,"height":311}

ପୋଲିସ କମିଶନରଙ୍କ ଅନୁସାରେ ହାଇଦ୍ରାବାଦ ଆମିରପେଟ ସ୍ଥିତ “ଅମୀରପ୍ରିତ” ଫ୍ଲାଟରେ ସୁରେଶ ଏକାକୀ ରହୁଥିଲେ। ସୁରେଶଙ୍କ ପତ୍ନୀ ଚେନ୍ନାଇର ଇଣ୍ଡିଆନ ବ୍ୟାଙ୍କରେ ମେନେଜର ଭାବେ କାମ କରନ୍ତି । ବୈଜ୍ଞାନିକ ସୁରେଶ ତାଙ୍କ ପରିବାରଠୁ ଅଧିକ ସମୟ ଅଭିଯୁକ୍ତ ଶ୍ରୀନିବାସ ସହ ବିତାଉଥିଲେ। ତେବେ ଏହାର ଫାଇଦା ଉଠାଇ ଅଭିଯୁକ୍ତ ତାଙ୍କୁ ବ୍ଲାକମେଲ କରୁଥିଲା।

ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ସିସିଟି ଭିଫୁଟେଜ୍, ମୃତକଙ୍କ କଲ ଡିଟେଲ ଚେକ୍‌ କରିଥିଲେ। ଏହା ସହ ଫ୍ଲାଟରୁ ତାଙ୍କ ରକ୍ତ ଓ କେଶର ସାମ୍ପଲ ଆଣି ପରୀକ୍ଷା କରାଯାଇଥିଲା। ପୋଲିସ ଫ୍ଲାଟ ବ୍ୟତୀତ ଆଖାପାଖ ଅଞ୍ଚଳର ସିସିଟିଭି ପୁଟେଜ ଜବତ କରିଥିଲା । ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ଯେ, ଗତ ୨ ମାସ ହେଲା ଶ୍ରୀନିବାସ ବରାବର ସୁରେଶଙ୍କ ଘରୁକୁ ଯା ଆସ କରୁଥିଲା ।

{"id":166487}

 ଅଭିଯୁକ୍ତ ଶ୍ରୀନିବାସକୁ ଜେରା ପରେ ଜଣାପଡିଛି ଯେ, ଗତ ଦୁଇମାସ ହେଲା ସୁରେଶଙ୍କ ସହ ତାଙ୍କର ସମଲିଙ୍ଗି ଶାରିରୀକ ସମ୍ପର୍କ ବୃଦ୍ଧି ପାଇଥିଲା । ଶାରୀରିକ ସମ୍ପର୍କ ବଦଳରେ ସେ ସୁରେଶଙ୍କ ଠାରୁ ଅର୍ଥ ଚାହୁଁଥିଲା ବୋଲି ସ୍ବୀକାର କରିଛି । ହେଲେ ଟଙ୍କା ମିଳିନଥିବାରୁ ଅଭିଯୁକ୍ତ ସୁରେଶଙ୍କୁ ହଇରାଣ କରିବା ଆରମ୍ଭ କରିଥିଲା। ଶେଷରେ ତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି । ସୁରେଶଙ୍କୁ ଅଭିଯୁକ୍ତ ଶ୍ରୀନିବାସ ୫୦ ହଜାର ଟଙ୍କା ମାଗିଥିଲା। ହେଲେ ସୁରେଶ ଏତେ ମୋଟା ରକମ ଦେବାକୁ ମନା କରିଥିଲେ।

ଫଳରେ ସବୁଦିନ ଭଳି ୩୦ତାରିଖ ରାତିରେ ମଧ୍ୟ ଉଭୟ ପରସ୍ପରଙ୍କ ସହ ସମୟ ବିତାଇଲେ। ଶାରିରୀକ ସମ୍ବନ୍ଧ ପରେ ସୁରେଶଙ୍କୁ ଶ୍ରୀନିବାସ ଟଙ୍କା ମାଗିଥିଲା। ସୁରେଶ ଟଙ୍କା ନଦେବାରୁ ଅଭିଯୁକ୍ତ ତାଙ୍କୁ ପଛଆଡୁ ଆକ୍ରମଣ କରି ତାଙ୍କ ହତ୍ୟା କରିଥିଲା।

ତା’ ପରଦିନ ଫ୍ଲାଟରୁ ନଗ୍ନ ଅବସ୍ଥାରେ ସୁରେଶଙ୍କ ମୃତ ଶରୀର ମିଳିଥିଲା। ଗିରଫ ହେବା ପରେ ସୁରେଶଙ୍କ ଫୋନ ଓ ୨ଟି ସୁନା ମୁଦି ଅଭିଯୁକ୍ତଠୁ ଜବତ କରାଯାଇଛି।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.