Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସମଲିଙ୍ଗୀ ପ୍ରେମୀଯୁଗଳଙ୍କ ପ୍ରି-ଓ୍ବେଡିଂ ଫଟୋସୁଟ୍

13/12/2019 at 6:06 PM

କେରଳ୧୩/୧୨: ଭାରତୀୟ ସମ୍ବିଧାନ ଅନୁସାରେ ପ୍ରତ୍ୟେକ ନାଗରିକଙ୍କୁ  ନିଜ ଇଚ୍ଛାରେ ବଞ୍ଚିବାର ଅଧିକାର ମିଳିଛି। ଆଜି ଏପରି ଘଟଣା ସଂପର୍କରେ ଆଲୋଚନା କରିବାକୁ ଚାହୁଁଛୁ ଯାହା ପୂର୍ବରୁ ଆପଣ ଉଣାଅଧିକେ ଶୁଣି ଥିବେ। ତେବେ ଏକ ରୋଚକ ଖବର ହେଲା ଲିଭ୍ଇନ୍‌ ରିଲେସନସି୍ପ୍‌ରେ ଥିବା କେରଳ ଏକ ସମଲିଙ୍ଗୀ ପ୍ରେମୀଯୁଗଳଙ୍କ ପ୍ରି-ଓ୍ବେଡିଂ ଫଟୋସୁଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେବା ପରେ ଏହି ଦୁଇଜଣଙ୍କ ସଂପର୍କରେ ସମସ୍ତେ ଜାଣିବାକୁ ପାଇଛନ୍ତି। ସୂଚନା ଅନୁସାରେ ୨୩ ବର୍ଷ ବୟସ୍କ ନୀବେଦ ଏନ୍ଥୋନୀ ଚୁଲ୍ଲୀକଲ ଓ ୨୭ ବର୍ଷ ବୟସ୍କ ଅବ୍‌ଦୁଲ୍‌ ଦୁଇଜଣ କେରଳରେ ରହନ୍ତି। ଏହି ଦୁଇଜଣ ଖୁବ ଶୀଘ୍ର ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବରୁ ଦୁଇଜଣଙ୍କ ପ୍ରି-ଓ୍ବେଡିଂ ଫଟୋସୁଟ୍‌ ଭାଇରାଲ ହୋଇଛି।

ନୀବେଦଙ୍କ କହିବା ଅନୁସାରେ ସାଧରଣତ ବିବାହ ଭଳି ଏହି ଦୁଇଜଣ ବିବାହ କରିବାକୁ ଚାହୁଁଛନ୍ତି।  ଭାରତୀୟ ରିତି-ରିବାଜରେ ଦୁଇଜଣ ବିବାହ କରିବେ । ଏକ ବିବାହ ଉତ୍ସବରେ ନୀବେଦ ଓ ଅବ୍‌ଦୁଲ ପରସ୍ପରକୁ ଭେଟି ଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।

ଅବ୍‌ଦୁଲଙ୍କ କହିବା ଅନୁସାରେ ସେ ପ୍ରଥମେ ନୀବେଦଙ୍କୁ ପ୍ରେମ ନିବେଦନ କରିଥିଲେ। ନୀବେଦ ମଧ୍ୟ ଅବଦୁଲଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଦୁଇଜଣ କିଛି ଦିନ ରିଲେସନସିପ୍‌ରେ ରହିବା ପରେ ଏବେ ବିବାହ କରିବାକୁ ଯାଉଛନ୍ତି। କାନାଡା କିମ୍ବା ୟୁଏସରେ ଦୁଇଜଣ ବିହାହକ କରିବେ ବୋଲି ଯୋଜନା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଦୁଇଜଣ ଭାରତରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିବା ଅବଦୁଲ କହିଛନ୍ତି।

   Related Posts