ଦୁଇ ଯୁବକଙ୍କ ଭିତରେ ସମଲିଂଗୀ ପ୍ରେମ ହେବାପରେ ବିବାହ କରିବାକୁ ଜଣେ କଲା ଲିଙ୍ଗ ପରିବର୍ତ୍ତନ, କିନ୍ତୁ ବିବାହ ପରେ ଆଣିଲେ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | January 08, 2019 IST

ନୈନିତାଲ ୮/୧- ସମଲିଙ୍ଗୀ ବିବାହକୁ ସୁପ୍ରିମୋକୋର୍ଟ ଆଦେଶ ଦେଲାପରେ ଏବେ ନୂଆ ପ୍ରକାର ଅସୁବିଧା ମଧ୍ୟ ଦେଖାଯାଇଛି । ନିଜ ଇଛାରେ ସମଲିଙ୍ଗୀ ବିବାହ କରିବା ପରେ ଦୁଷ୍କର୍ମର ଅଭିଯୋଗ ଆଣିବା ଆଶ୍ଚର୍ଯ୍ୟ ନୁହେଁ କି ?

ଏହିଭଳି ଘଟଣା ଘଟିଛି ନୈନିତାଲ ଦରଅସଲ ଅଂଚଳରେ । ବମ୍ବେର ଏକ ଷ୍ଟାର ହୋଟେଲରେ କାମ କରିବା ବେଳେ ରମେଶ ଓ ସୁରେଶ ନାମକ ଦୁଇ ଯୁବକଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା । ରମେଶର ଘର ଦରଅସଲ ପୌଡ଼ୀ ଗଜବାଲରେ ହୋଇଥିବା ବେଳେ ସୁରେଶର ଘର କୌଟଦ୍ଵାର ଥିଲା । ସେମାନେ ସମଲିଙ୍ଗୀ ବୋଲି ସମାଜ ଗ୍ରହଣ କରିପାରିବ ନାହିଁ ବୋଲି ଜଣେ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲା ।  ରମେଶ ଲିଙ୍ଗ ପରିବର୍ତ୍ତନ କରି ନିଜର ନାଁ ମଧ୍ୟ ରେଖା ବୋଲି ବଦଳେଇଥିଲା ।

{"id":71864}

ସେମାନେ ବିବାହ ମଧ୍ୟ କରିଥିଲେ । କିନ୍ତୁ କିଛିଦିନ ପରେ ଦୁହିଁଙ୍କ ଭିତରେ ଦେଖାଦେଇଥିଲା ମନୋମାଳିନ୍ୟ । ରମେଶ ଓରଫ ରେଖା ଅଲଗା ରହିଥିଲା ସୁରେଶଠାରୁ । ସେମାନଙ୍କର ଝଗଡ଼ାହୋଇ ଅଲଗା ରହିବା ପରେ ଏହି ଦୁଷ୍କର୍ମର ଅଭିଯୋଗ ଆଣିବା କଥା ଥାନାଧିକାରୀ କହିଛନ୍ତି ।

ରେଖା ଲିଙ୍ଗ ପରିବର୍ତ୍ତନ କରିସାରିବା ପରେ ସୁରେଶ ଅପ୍ରାକୃତିକ ଯୌନ ସଂପର୍କ ରଖୁଥିଲା । ଏହି ସୁରେଶ ଅପ୍ରାକୃତିକ ସଂପର୍କ ରଖିବାକୁ ଭଲପାଉଥିବା ବେଳେ ରେଖା ଓରଫ ରମେଶ ଏହିଭଳି ସଂପର୍କ ରଖିବାକୁ ଚାହୁଁ ନଥିଲେ । ଏହି ବିଷମ  ବିବାଦ ପାଇଁ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ରମେଶ ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଆଉପାଦେ ଆଗକୁ ଯାଇଥିବା ଏହି ପ୍ରେମୀଯୁଗଳଙ୍କୁ କି ନ୍ୟାୟ ମିଳିବ ଦେଖାଯାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.