ଦେଶରେ ଖୋଲିବ ଗେ’ ବାର, ବଢିବ ଏଚଆଇଭି ସଂକ୍ରମଣ : ସୁବ୍ରମଣ୍ୟମ ସ୍ବାମୀ
7/09/2018 at 5:40 PM

ନୂଆଦିଲ୍ଲୀ୭|୯: ଭାରତୀୟ ଦଣ୍ଡବିଧି ଆଇନର ୩୭୭ ଧାରକୁ ସୁପ୍ରିମକୋର୍ଟ ଅପରାଧମୁକ୍ତ କରିବା ସହ ସମଲିଂଗୀ ସହମତି ଭିତ୍ତିକ ଯୌନ ସମ୍ପର୍କକୁ ସ୍ବୀକୃତି ଦେବାପରେ ପ୍ରତିକ୍ରୀୟା ରଖିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ସ୍ବାମୀ କହିଛନ୍ତି ଏହା ଆମେରିକାର ଖେଳ । ଅତିଶୀଘ୍ର ଦେଶରେ “ ଗେ’ ବାର୍ ”ସବୁ ଖୋଲିବ ଆଉ ସମଲିଂଗୀମାନେ ଏଚ୍ ଆଇ ଭି ସଂକ୍ରମଣ ବୃଦ୍ଧି କରିବେ। ତେବେ ସେ ଆଶାପ୍ରକାଶ କରିଛନ୍ତି ଯେ, ସୁପ୍ରିମକୋର୍ଟର ଏହି ୫ଜଣିଆ ଖଣ୍ଡପୀଠର ରାୟକୁ ପରବର୍ତ୍ତୀ କୌଣସି ସରକାର ସମୟରେ ସାତ ଜଣିଆ ଖଣ୍ଡପୀଠ ଅସିଦ୍ଧ ଘୋଷଣା କରିପାରେ।
ସେହିଭଳି ଏହି ରାୟ ଆସିବାପରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାର ମୁଖ୍ୟ ଅରୁଣ କୁମାର କହିଛନ୍ତି ଯେ, ସମଲିଂଗୀ ଯୌନ ସମ୍ପର୍କକୁ ସଂଗଠନ ଅପରାଧ ବୋଲି ବିବେଚନା କରୁନି । ତେବେ ସମଲିଂଗୀ ବିବାହ ଅପ୍ରାକୃତି ଓ ଏହା ପ୍ରକୃତି ଅନୁକୂଳ ନୁହେଁ ।
ସୂଚନାଯୋଗ୍ୟଯେ, ବୁଧବାର ଦିନ ପ୍ରାପ୍ତବୟସ୍କ ସହମତିଭିତ୍ତିକ ସମଲିଂଗୀ ଯୌନ ସମ୍ପର୍କକୁ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ସ୍ବୀକୃତୀ ପ୍ରଦାନ କରିଛନ୍ତି। ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ସହିତ ବରିଷ୍ଠ ବିଚାରପତି ଜଷ୍ଟିସଆର୍ ଏଫ୍ ନରିମାନ, ଜଷ୍ଟିସ ଏ ଏମ୍ ଖାନୱିଲକର, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଇନ୍ଦୁ ମାଲୋହୋତ୍ରା ଥିଲେ।