Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭାରତରେ ଏମିତି ମନ୍ଦିର ଯେଉଁଠି ୩୦୦ କୋଟିର ସୁନା ହାର ପିନ୍ଧନ୍ତି ଦେବୀ ମାଆ- ପୁଲିସ ଦିଏ ଗାର୍ଡ ଅଫ୍ ଅନର୍

10/10/2019 at 6:34 PM

ଗୁଜୁରାଟ୧୦|୧୦: ଗୁଜୁରାଟର ମହେସାଣାରେ ଥିବା ପ୍ରସିଦ୍ଧ ବହୁଚରାଜୀ ମନ୍ଦିରରେ ଥିବା ଦେବୀ ମାଆଙ୍କର ଏକ ପ୍ରାଚୀନ ପରମ୍ପରା ରହିଛି । ହୁଏତେ ଏ ସଂପର୍କରେ ଅଳ୍ପ କିଛି ଭକ୍ତ ଜାଣିଥିବେ ନ ହେଲେ ଯେଉଁମାନେ ବହୁଚରାଜୀ  ମନ୍ଦିରକୁ ଯାଇଥିବେ ସେମାନେ ହିଁ ଜାଣିଥିବେ। ପରମ୍ପରା ଅନୁସାରେ ପ୍ରତି ବର୍ଷ ଦେବୀ ମାଆଙ୍କୁ ୩୦୦ କୋଟି ଟଙ୍କାର ସୁନା ହାର ପିନ୍ଧାଇ ଦିଆଯାଇଥାଏ। ପ୍ରତି ବର୍ଷ ବଜୟା ଦଶମୀରେ ଦେବୀ ମାଆ ପାଲିଙ୍କୀରେ ଯାତ୍ରା କରିଥାନ୍ତି। ଏହି ସମୟରେ ଦେବୀ ମାଆଙ୍କୁ ଏହି ଦାମିକା ହାର ପିନ୍ଧିବା ଲାଗି ଦିଆଯାଇଥାଏ।

 ବିଜୟା ଦଶମୀରେ ଅତି ଆଡ଼ମ୍ବର ସହ ଦେବୀ ମାଆ ପାଲିଙ୍କିରେ ଯାତ୍ରା କରିଥାନ୍ତି। ତାଙ୍କର ସେହି ମହଙ୍ଗା ହାରକୁ ପଛରେ ବହୁ ଇତିହାସ ଯୋଡ଼ି ରହିଛି। ଦେବା ମାତାଙ୍କ ସବୁ ଅଳଙ୍କାର ରକ୍ଷାଣବେକ୍ଷଣ ପାଇଁ ବହୁ ପୂଜକ ସମେତ ବହୁ କର୍ମଚାରୀ ରହିଛନ୍ତି। ଏପରକି ଦେବୀ ମାତାଙ୍କ ଏହି ହାରର ଯତ୍ନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବର୍ଷକରେ ଥରେ ଦେବୀ ମାଆ ପାଲିଙ୍କୀ ଯାତ୍ରା କରିଥାନ୍ତି। ଏହି ଯାତ୍ରା ସମୟରେ ସ୍ଥାନୀୟ ପୁଲିସ ପକ୍ଷରୁ ମାଆଙ୍କ  ଶୋଭାଯାତ୍ରାକୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥାଏ ।

ମନ୍ଦିରର ପ୍ରବନ୍ଧକ କେସି ଜାନୀଙ୍କ କହିବା ଅନୁସାରେ ୧୮୩୯ ମସିହାରେ ପ୍ରଥମ ଥର ପାଇଁ ଗାଇକଓ୍ବାଡ଼୍‌ ପରିବାର ପକ୍ଷରୁ ଦେବୀ ମାଆଙ୍କୁ ଏହି ମହଙ୍ଗା ହାର ପିନ୍ଧା ଯାଇଥିଲା। ସେହି ସମୟରେ ଏହି ହାରର ମୂଲ୍ୟ ୯ ଲକ୍ଷ ଟଙ୍କା ଥିଲା।  କିନ୍ତୁ ଏବେ ସୁନା ଓ ମୋତିର ନର୍ମିତ ହାରର ମୂଲ୍ୟ ୩୦୦ କୋଟିରୁ ଅଧିକ ଟଙ୍କା ହେବ। ଏହି ହାରରେ ୧୫୦ରୁ ଅଧିକ ହୀରା ଲାଗିଛି। ପ୍ରତି ବର୍ଷ ଦେବୀ ମାଆଙ୍କୁ ପିନ୍ଧା ଯାଉଥିବା ହାର ୧୭୭ ବର୍ଷର ପୁରୁଣା  ।

   Related Posts