ସୁନୀଲ ଗାଭାସ୍କର କହିଲେ ବିରାଟ କୋହଲିଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍

Published By : Prameya-News7 Bureau | September 20, 2020 IST

ମୁମ୍ବାଇ ୨୦।୯: ମହେନ୍ଦ୍ର ସିଂ ଧୋନୀ ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ ଥିବା ବେଳେ ପରିବର୍ତ୍ତି କ୍ୟାପ୍ଟେନଙ୍କ ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ଥିଲା। ଷ୍ଟାଡିୟମରେ ବିରାଟଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହୁଥିଲା ଓ ସେ ଟିମ୍ ଇଣ୍ଡିଆର ଆଗାମୀ କ୍ୟାପ୍ଟେନ୍‌ ହେବାଲାଗି ନିଜକୁ ପ୍ରସ୍ତୁତ କରୁଥିଲେ। ଅଷ୍ଟ୍ରେଲିଆ ଟୁର ଅଧାରେ ଅଚାନକ ଧୋନୀ ଟେଷ୍ଟ କ୍ରିକେଟରୁ ତାଙ୍କର ସନ୍ୟାସ ଘୋଷଣା କରିଥିଲେ। ତାଙ୍କର ଏହି ନିଷ୍ପତ୍ତି ପରେ ବିରାଟଙ୍କ ଉପରେ ପଡିଥିଲା ଟିମ୍‌ ଦାୟିତ୍ୱ। ନିଜ ଅଧିନାୟକତ୍ୱରେ ବିରାଟ କେବଳ ଟିମ୍‌ ଇଣ୍ଡିଆକୁ ନୂଆ ଉଚ୍ଚତା ଦେଇଥିଲେ ତା ନୁହେଁ କ୍ରିକେଟର ସବୁ ଫର୍ମାଟରେ ନିଜର ସାବ୍ୟସ୍ତ ମଧ୍ୟ କରିଥିଲେ।

{"id":332291,"sizeSlug":"large"}

ବିରାଟ ଏବେ ୩୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହା ସହ ଆରମ୍ଭ ହୋଇଯାଇଛି ଟିମ୍‌ ଇଣ୍ଡିଆରେ ନୂଆ କ୍ୟାପ୍ଟେନ୍‌ ଚର୍ଚ୍ଚା। କିଏ ଏହି ଆଗାମୀ ଖେଳାଳି ଯିଏ ବିରାଟଙ୍କ ସ୍ଥାନ ନେଇପାରିବେ ତାହାହିଁ ପାଲଟିଛି ଲକ୍ଷେଟଙ୍କାର ପ୍ରଶ୍ନ। ଏମିତିରେ ଟିମ୍‌ ଇଣ୍ଡିଆ ଭାଇସ କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ତାଙ୍କ ସ୍ଥାନରେ ପରିକଳ୍ପନା କରାଯାଇପାରେ। ଯିଏ ଲଗାତାର ଉଲ୍ଲେଖନୀୟ ପ୍ରଦର୍ଶନ କରିଚାଲିଛନ୍ତି, ହେଲେ ରୋହିତ ମଧ୍ୟ ବିରାଟଙ୍କ ପାଖାପାଖି ବୟସର। ଏପରି ପରିସ୍ଥିତିରେ ଭାରତୀୟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ତଥା ଦିଗ୍ଗଜ କ୍ରିକେଟର ସୁନୀଲ ଗାଭାସ୍କର ଏପରି ଜଣେ ଖେଳାଳିଙ୍କୁ ସୁପାରିଶ କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

{"id":332292,"sizeSlug":"large"}

ଗାଭାସ୍କାର ଯାହାଙ୍କ ନାମ ନେଇଛନ୍ତି ସେ ଯଦି ତାଙ୍କ ଦାୟିତ୍ୱ ଠିକ୍ ଭାବେ ତୁଲାଇବେ ତାଙ୍କୁ ହୁଏତ ଏବେଠୁ ଟିମ୍‌ର ଭାଇସ୍‌ କ୍ୟାପ୍ଟେନ ଦାୟିତ୍ୱ ଦିଆଯାଇପାରେ। ତେବେ ବାକି ସବୁ ସମ୍ପୃକ୍ତ ଖେଳାଳିଙ୍କ ଉପରେ ନିର୍ଭର କରେ। ଗାଭାସ୍କର ଯାହାଙ୍କୁ ଟିମ୍‌ ଇଣ୍ଡିଆର ଆଗାମୀ କ୍ୟାପ୍ଟେନ୍‌ ଭାବୁଛନ୍ତି ସେ ଆଉ କେହି ନୁହନ୍ତି କିଙ୍ଗସ୍ ଇଲେଭେନ ପଞ୍ଜାବର ଅଧିନାୟକ କେ.ଏଲ. ରାହୁଲ। ଯାହାକୁ ଏବେଠାରୁ ଟିମ୍‌ ଇଣ୍ଡିଆର ନେତୃତ୍ୱ ଲାଗି ପ୍ରସ୍ତୁତ କରାଯାଇପାରେ ବୋଲି ଗାଭାସ୍କର କହିଛନ୍ତି।

{"id":332293,"width":576,"height":324,"sizeSlug":"large"}

ଗାଭାସ୍କରଙ୍କ କହିବା କଥା ହେଲା ତାଙ୍କୁ ଦାୟିତ୍ୱ ଦିଆଯିବା ପରେ ସେ ରନ୍‌ ସଂଗ୍ରହ କରିପାରୁଛନ୍ତି କି ନା ତାହା ପରୀକ୍ଷା କରାଯାଇପାରିବ। ଏହାଛଡା ସେ କ୍ୟାପ୍ଟେନସିପ୍‌ ଲାଗି ସକ୍ଷମ କି ନା ତାର ମଧ୍ୟ ପରଖ ହୋଇଯାଇପାରିବ। ଏଥିରୁ ସେ ନିଜ ଟିମ୍‌କୁ କିପରି ଗଢୁଛନ୍ତି ଓ ତାର ପରିଣାମ କଣ ହେଉଛି ତାହା ମଧ୍ୟ ଦେଖାଯାଇପାରିବ ବୋଲି କହିଛନ୍ତି ଗାଭାସ୍କର। ଏଣୁ ତାଙ୍କୁ ଏବେଠୁ ଟିମ୍‌ର ଭାଇସକ୍ୟାପ୍ଟେନ୍‌ କରାଗଲେ ଆଗକୁ କ୍ୟାପ୍ଟେନ ମନୋନୟନ ଲାଗି ଏତେଟା ଅସୁବିଧା ହେବନି ବୋଲି ଗାଭାସ୍କାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.