ବିରାଟଙ୍କୁ ନେଇ ମୁହଁ ଖୋଲିଲେ ଗାଭାସ୍କର, ପଚାରିଲେ ସେ କ’ଣ ସ୍ୱଭାବିକ କ୍ୟାପ୍ଟେନ ନା ଚୟନକର୍ତ୍ତାଙ୍କ ଖୁସି ପାଇଁ ?

Published By : Prameya-News7 Bureau | July 29, 2019 IST

ମୁମ୍ବାଇ: ଶେଷରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲିଙ୍କୁ ନେଇ ମୁହଁ ଖୋଲିଛନ୍ତି ଦେଶର ମହାନ କ୍ରିକେଟର ସୁନିଲ ଗାଭାସ୍କର। ବିଶ୍ୱକପ୍ ସେମିରେ ଭାରତର ପରାଜୟ ପରେ ବିରାଟ ଟିମ୍ ର ସ୍ୱଭାବିକ କ୍ୟାପ୍ଟେନ ନା ଚୟନ କର୍ତ୍ତା ତାଙ୍କ ଖୁସି ପାଇଁ ବିରାଟଙ୍କୁ କ୍ୟାପ୍ଟେନ ରଖିଛନ୍ତି ବୋଲି ଗାଭାସ୍କର ପ୍ରଶ୍ନ କରିଛନ୍ତି। ଏ ନେଇ ଗାଭାସ୍କରଙ୍କ ଏକ ସ୍ତମ୍ବ ସୋମବାର ମିଡ-ଡେ ରେ ପ୍ରକାଶିତ ହୋଇଛି। ଯାହା ଏବେ ଚହଳ ପକାଇଛି।

{"id":138634}

ଗାଭାସ୍କର ଉଲ୍ଲେଖ କରିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଜଣାଅଛି ବିରାଟଙ୍କ ନିଯୁକ୍ତି ବିଶ୍ୱ କପ୍ ପର୍ଯ୍ୟନ୍ତ ଥିଲା। ତେବେ ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଟୁରରେ ମଧ୍ୟ ତାଙ୍କୁ  କ୍ୟାପ୍ଟେନ ରଖା ଯାଇଛି। ତେବେ ଏଥି ପାଇଁ ଚୟନ ସମିତି ବୈଠକ କରିଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ଗାଭାସ୍କର। ଯଦି ବିରାଟଙ୍କୁ ପୁଣି କ୍ୟାପ୍ଟେନ ଦାୟିତ୍ୱ ଦେବାର ଥିଲା ତେବେ ଏଥିପାଇଁ ଅନ୍ତତଃ ଏକ ଅଧିକାରୀ ବୈଠକ ହେବାର ଥିଲା। ବିନା ବୈଠକରେ ଯଦି ବିରାଟଙ୍କୁ କ୍ୟାପ୍ଟେନ କରାଯାଇଛି, ତେବେ ବିରାଟ କ’ଣ ନିଜ ଦକ୍ଷତା ବଳରେ କ୍ୟାପ୍ଟେନ ନା ଚୟନ କର୍ତ୍ତାଙ୍କ ଖୁସି ପାଇଁ ବୋଲି ସ୍ୱତଃ ପ୍ରଶ୍ନ ଉଠୁଛି ବୋଲି ଗାଭାସ୍କର ଉଲ୍ଲେଖ କରିଛନ୍ତି।

{"id":138635}

ବିରାଟଙ୍କୁ ୱେଷ୍ଟଇଣ୍ଡିଜ୍ ଟୁରରେ ୩ ଫର୍ମାଟର ଅଧିନାୟକ ନିଯୁକ୍ତ କରାଯାଇଛି। ଯାହା ଫ୍ଲୋରିଡା ଟି-୨୦ ଫରମାଟରୁ ଆରମ୍ଭ ହେବ। ତେବେ କୋହଲିଙ୍କୁ କାହିଁକି ବାରମ୍ବାର ତାଙ୍କ ଇଛା ମୁତାବକ ଟିମ ଚୟନର ଅଧିକାର ଦିଆ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଗାଭାସ୍କର। ତେବେ ଏଥିରୁ ପ୍ରକ୍ରିୟା ବାଇପାସ୍ ହେଉଥିବାର ବାର୍ତ୍ତା ଯାଉଥିବା ନେଇ ଗାଭାସ୍କର ସତର୍କ କରାଇଦେଇଛନ୍ତି । ଗତ ବିଶ୍ୱକପ୍ ବେଳେ କେଦାର ଯାଦବ ଓ ଦିନେଶ କାର୍ତ୍ତିକଙ୍କୁ ଖରାପ ପ୍ରଦର୍ଶନ ନିମନ୍ତେ ଟିମ୍ ରୁ ବାହାର କରିବାକୁ ପଡିଥିଲା। ହେଲେ  ବିଶ୍ୱକପ୍ ପୂର୍ବରୁ ଓ ବିଶ୍ୱକପ୍ ବେଳେ ମଧ୍ୟ ଅଧିନାୟକ ବିରାଟ ସେମାନଙ୍କ ଉପରେ ନିଜର ଭରସା ରଖିଥିଲେ। ଫଳ କ’ଣ ହୋଇଥିଲା ଟିମ୍ କୁ ସେମିରୁ ହିଁ ଫେରିବାକୁ ପଡିଲା ବୋଲି ଗାଭାସ୍କର ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.