Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ସହ ଲଢ଼ିବା ପାଇଁ ୫୯ଲକ୍ଷ ଟଙ୍କା ଦାନ କଲେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର

8/04/2020 at 11:21 AM

ନୂଆଦିଲ୍ଲୀ ୮/୪: କରୋନା ମହାମାରୀ ଯୁଦ୍ଧ ସହ ଲଢ଼େଇ କରିବାକୁ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଆଗେଇ ଆସିଛନ୍ତି। ୭୦ବର୍ଷ ବୟସ୍କ ଦିଗ୍ଗଜ ଗାଭାସ୍କର ଘାତକ କରୋନା ଭାଇରସ୍ ସହ ଲଢ଼ିବା ପାଇଁ ୫୯ଲକ୍ଷ ଟଙ୍କା ଦାନ କରିଛନ୍ତି। ଭାରତୀୟ ଟିମର ଖେଳାଳି ଚେତେଶ୍ବର ପୂଜାରା ମଧ୍ୟ ଏହି ଳଢ଼େଇରେ ଯୋଗଦାନ କରିଛନ୍ତି।

ସୁନୀଲ ଗାଭାସ୍କର ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିରେ ୩୫ଲକ୍ଷ ଟଙ୍କା,ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ୨୪ଲକ୍ଷ ଟଙ୍କା ଦାନ କରିଛନ୍ତି। କମେଣ୍ଟେଟର ଏବଂ ଆନାଲିଷ୍ଟ ନିଜେ ଏହି ଯୋଗଦାନର ଖୁଲାସା କରିନାହାନ୍ତି,କିନ୍ତୁ ମୁମ୍ବାଇର ପୂର୍ବତନ ଅଧିନାୟକ ଅମୋଲ ମଜୁମଦାରଙ୍କ ଟ୍ବିଟ୍ ପରେ ତାଙ୍କ ନିକଟତର ସୂଚନାଦାତା ଏହା ବିଷୟରେ ଜଣାଇଥିଲେ।

ଚେତେଶ୍ବର ପୂଜାରା ଡାକ୍ତର,ପାରା ମେଡିକାଲ୍ ଷ୍ଟାଫ ଏବଂ ପୋଲିସ ସମେତ ସମସ୍ତ ଫ୍ରଣ୍ଟ-ଲାଇନ୍ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି,ଯେଉଁମାନେ ଏହି ସଙ୍କଟମୟ ପରିସ୍ଥିତିରେ ନିଃସ୍ବାର୍ଥ ଭାବେ ସେବାରେ ଲାଗିଛନ୍ତି। ସେ ଲେଖିଛନ୍ତି,‘ ତାଙ୍କ ପରିବାର ଏବଂ ସେ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିରେ ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରେ ନିଜର ଅବଦାନ ଦେଇଛନ୍ତି ଏବଂ ଆଶା କରୁଛନ୍ତି ଯେ ଆପଣମାନେ ମଧ୍ୟ କରିବେ’।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର,ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି,ହିଟମ୍ୟାନ୍ ରୋହିତ ଶର୍ମା,ଟେଷ୍ଟର ଉପଅଧିନାୟକ ଅଜିଙ୍କ୍ୟ ରହାଣେ,ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି,ଆଇପିଏଲ୍ ଷ୍ଟାର ସୁରେଶ ରୈନା,ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ,କ୍ରିକେଟରରୁ ସାଂସଦ ହୋଇଥିବା ଗୌତମ ଗମ୍ଭୀର,ଅନୁଭବୀ ସ୍ପିନର ହରଭଜନ ସିଂହ ସହିତ ଅନ୍ୟାନ୍ୟ ହସ୍ତୀମାନେ ମଧ୍ୟ କରୋନା ପାଇଁ ହାତ ବଢ଼ାଇଛନ୍ତି।

   Related Posts