Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟି-୨୦ ବିଶ୍ଵ କପ୍‌ରେ ଏହି ଦ୍ରୁତ ବୋଲର ହେବେ ଟିମ୍ ଇଣ୍ଡିଆର X ଫ୍ୟାକ୍ଟର : ଗମ୍ଭୀର

18/10/2021 at 5:50 PM

ନୂଆଦିଲ୍ଲୀ ୧୮।୧୦: ଭାରତୀୟ କ୍ରିକେଟ୍ ଦଳ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷ ମୁକାବିଲାରୁ ନିଜର ଟି-୨୦ ବିଶ୍ଵ କପ୍ ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ଦଳ ଦୁଇଟି ଓ୍ଵାର୍ମ ଅପ୍ ମ୍ୟାଚ୍ ଖେଳିବ। ଆଜି ପ୍ରଥମ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ଭେଟିବ। ୨୦ ତାରିଖରେ ଦ୍ଵିତୀୟ ଓ୍ଵାର୍ମ ଅପ୍ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଦଳର ମେଣ୍ଟର ଭୂମିକା ନିଭାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଏହା ମଧ୍ୟରେ ଭାରତୀୟ ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ମତରେ ଅନୁଭବୀ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ପାଇଁ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହୋଇ ପାରନ୍ତି।

ଗମ୍ଭୀର ଷ୍ଟାର ସ୍ପୋର୍ଟ୍ସ ଶୋରେ କହିଛନ୍ତି, ଧରି ନିଅନ୍ତୁ କେଏଲ ରାହୁଲ, ରୋହିତ ଶର୍ମା,  ବିରାଟ କୋହଲି, ବରୁଣ ଚକ୍ରବର୍ତ୍ତୀ କିମ୍ବା ଆଉ କିଏ ଦଳ ପାଇଁ ଏକ୍ସ ଫ୍ୟାକ୍ଟର  ହୋଇ ପାରନ୍ତି। ମାତ୍ର ଯଶପ୍ରୀତ ବୁମରା ସବୁଠୁ ବଡ ଏକ୍ସ ଫ୍ୟାକ୍ଟର। ଗମ୍ଭୀରଙ୍କ ବ୍ୟତୀତ ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ବୁମରାଙ୍କୁ ଏକ୍ସ ଫ୍ୟାକ୍ଟର ଦର୍ଶାଇ କହିଛନ୍ତି, ବରୁଣ ଚକ୍ରବର୍ତ୍ତୀ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ। ସେ ଜଣେ ରହସ୍ୟଜନକ ବୋଲର ଏବଂ  ଭଲ ଫର୍ମରେ ଅଛନ୍ତି। ମାତ୍ର ମୋ ହିସାବରେ  ବୋଲିଂ ମାମଲାରେ କେବଳ ଜଣେ ହିଁ ଏକ୍ସ ଫ୍ୟାକ୍ଟର ହେଉଛନ୍ତି ଯଶପ୍ରୀତ ବୁମରା। କୌଣସି ଅନ୍ୟ ଦଲରେ ବୁମରାଙ୍କଠୁ ବଡ ଏକ୍ସ ଫ୍ୟାକ୍ଟର ହୋଇ ପାରିବେ ନାହିଁ।

ଭାରତୀୟ ଦଳର ଅଧିନାୟକ  ବିରାଟ କୋହଲିଙ୍କ ଅଧିନାୟକ ଭାବେ ଏହା ହେଉଛି ଶେଷ ଟି-୨୦ ବିଶ୍ଵ କପ୍। ଏହା ପରେ କୋହଲି ଏହି ଫର୍ମାଟ୍‌ରେ ଦଳର ଆଉ ନେତୃତ୍ଵ ନେବେ ନାହିଁ। ତେଣୁ କୋହଲି ଟି-୨୦ ଟାଇଟଲ୍ ଜିତିବାକୁ ଚାହିଁବେ।  ଦଳର ବାକି ସଦସ୍ୟ ମଧ୍ୟ ବିଶ୍ଵ କପ୍ ଜିତିବା ପାଇଁ ଲକ୍ଷ୍ୟ ରଖିଥିବେ। କାରଣ ଦୀର୍ଘ ୧୪ ବର୍ଷ ହେବ ଦଳ ଟି-୨୦ ବିଶ୍ଵ କପ୍ ଜିତିପାରି ନାହିଁ ବୋଲି ଗମ୍ଭୀର କହିଛନ୍ତି।

   Related Posts