ବିରାଟ କୋହଲିଙ୍କ ଅଧିନାୟକତ୍ବ ଉପରେ ପ୍ରଶ୍ନ ଉଠାଇଲେ ଗୌତମ ଗମ୍ଭୀର, ଟୁଇଟରରେ ଆଲୋଚନା ଆରମ୍ଭ
11/07/2019 at 10:32 AM

ମୁମ୍ବାଇ୧୧|୭: ୨୦୧୧ ବିଶ୍ବ କପ୍ ଫାଇନାଲର ହିରୋ ଗୌତମ କମ୍ଭୀର ଓ ଭାରତୀୟ କ୍ରିକେଟ୍ ଟିମ୍ର ବର୍ତ୍ତମାନର କ୍ୟାପଟେନ୍ ବିରାଟଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ପୁଣି ଚର୍ଚ୍ଚାରେ ଅଛି। ଗମ୍ଭୀର ଏକ ପ୍ୟାନେଲ ଡିସକସନରେ କହିଥିଲେ ଯେ, କୋହଲି ଏଥିପାଇଁ ଭାରତୀୟ କ୍ରିକେଟ୍ ଟିମ୍ର ଜଣେ ଭଲ କ୍ୟାପଟେନ୍ କାରଣ ଧୋନୀ ଓ ରୋହିତ ଶର୍ମା ତାଙ୍କ ସହ ଅଛନ୍ତି।

କୋହଲି ଙ୍କୁ ନେଇ ଗୌତମ ଗମ୍ଭୀର ଅନେକ ପ୍ରଶ୍ନ ଉଠାଇଛନ୍ତି। ଗୌତମ କହିଛନ୍ତି ଯେ, ବିରାଟ କୋହଲି ସବୁବେଳେ ଶୀଘ୍ର ରିଭ୍ୟୁର ଦାବି କରନ୍ତି। ଏଥିପାଇଁ ତାଙ୍କ ସମାଲୋଚନା ହେଉଛି। ଏନେଇ ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପଟେନ୍ କପିଲ ଦେବ ନିଜ ମନ କଥା ପ୍ରକାଶ କରିଥିଲେ। ସେ ବିରାଟଙ୍କୁ ଜଣେ ଭଲ କ୍ୟାପ୍ଟେନ ବୋଲି କହିଥିଲେ। କପିଲ୍ଙ୍କ ବିଶ୍ବାସ ଯେ, ଭବିଷ୍ୟତରେ ମଧ୍ୟ ବିରାଟ ଖୁବ ଭଲ ଭାବେ ତାଙ୍କ ଦାୟିତ୍ବ ତୁଲାଇବେ।

ଅପରପକ୍ଷରେ ଗୌତମ ବିରାଟଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନୀ ଓ ରୋହିତ ଶର୍ମାଙ୍କ ପାଇଁ ଆଜି ବିରାଟ ଜଣେ ଭଲ କ୍ୟାପଟେନ୍ ହୋଇପାରିଛନ୍ତି। ବିରାଟ ଆରସିବିରେ ଆଇପିଏଲ ଜିତିଥିବେ ସତ କିନ୍ତୁ ଅଧିକାଂଶ ସମୟରେ ତାଙ୍କ ଟିମ୍ ଆରସିବି ୮ ନମ୍ବରରେ ରହିଛି। ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେ, ଗୌତମ ଗମ୍ଭୀର ବିରାଟଙ୍କ ଅଧିନାୟକତ୍ବକୁ ଟାର୍ଗେଟ କରିଛନ୍ତି।

ଆଇପିଏଲ ସିଜିନ୍ ଆରମ୍ଭ ହେବା ପୂର୍ବରୁ ଗୌତମ କହିଥିଲେ ଯେ, ବିରାଟ “ଚତୁର କ୍ୟାପଟେନ” ନୁହନ୍ତି। ବିରାଟଙ୍କ ତୁଳନା ଭାରତୀୟ ଦଳର ଉପ କପ୍ତାନ ରୋହିତ ଶର୍ମା ଓ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ସହ କରାଯାଇପାରିବ ନାହିଁ। ଗୌତମଙ୍କ ଅନୁସାରେ ବିରାଟ ଜଣେ କୁଶଳୀ ଅଧିନାୟକ ନୁହନ୍ତି।

ଜଣେ କ୍ୟାପଟେନ୍ କେବଳ ତା ରେକର୍ଡ ନେଇ ଭଲ ହେବା ଜରୁରୀ ନୁହେଁ। କେବଳ ସେତିକି ନୁହେଁ ବିରାଟ ଆରସିବିରେ ଗତ ୭-୮ ବର୍ଷରୁ ଅଛନ୍ତି। ବିରାଟ ବହୁତ ଭାଗ୍ୟଶାଳୀ ଯେ ସେ ଟିମ୍ର କ୍ୟାପ୍ଟେନ୍ ଅଛନ୍ତି ବୋଲି ଗମ୍ଭୀର କଟାକ୍ଷ କରିଛନ୍ତି। କାରଣ କୌଣସି ଅଧିନାୟକତ୍ବ ଏତେ ଲମ୍ବା ସମୟ ଯାଏଁ ରହେ ନାହିଁ।