Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପୁଣି ପାକିସ୍ତାନକୁ ତାତ୍ସଲ୍ୟ କଲେ ଗୌତମ ଗମ୍ଭୀର, ଟ୍ବିଟ୍‌ରେ ଲେଖିଲେ, ‘ଇତନା କାଶ୍ମୀର କିୟା କେ କରାଚି ଭୁଲ୍ ଗୟେ’

2/10/2019 at 2:23 PM

ନୂଆଦିଲ୍ଲୀ ୨।୧୦: ପୁଣି ପାକିସ୍ତାନକୁ ତାତ୍ସଲ୍ୟ କଲେ କ୍ରିକେଟରରୁ ରାଜନେତା ପାଲଟିଥିବା ସାଂସଦ ଗୌତମ ଗମ୍ଭୀର । ପାକିସ୍ତାନ ଉଦ୍ଦେଶ୍ୟରେ ଏକ ଭିଡିଓ ଟ୍ବିଟ୍ କରି ସେ ଲେଖିଛନ୍ତି ଯେ, ‘ଇତନା କାଶ୍ମୀର କିୟା କେ କରାଚି ଭୁଲ୍ ଗୟେ ।’ ଏତେ କାଶ୍ମୀର କାଶ୍ମୀର ହେଲ ଯେ, କରାଚି ଭୁଲିଗଲ ।

ପାକିସ୍ତାନରେ ଶ୍ରୀଲଙ୍କା ଟିମ୍ କୁ ଦିଆଯାଉଥିବା ଅତ୍ୟଧିକ ସୁରକ୍ଷାକୁ ନେଇ ସେ ଏଭଳି ଟ୍ବିଟ୍ କରିଛନ୍ତି । କରାଚିରେ ଦ୍ବିପାକ୍ଷିକ ସିରିଜ ଖେଳିବାକୁ ଯାଇଥିବା ଶ୍ରୀଲଙ୍କା ଟିମ୍ ର ସୁରକ୍ଷାର ମାତ୍ରା ଏତେ ଅଧିକ ଯେ, ଏହା ଇଣ୍ଟରନେଟ୍ ରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓକୁ ସେୟାର କରି ଗୌତମ ଗମ୍ଭୀର ଏହି ମଜାଦାର ଟ୍ବିଟ୍ କରିଛନ୍ତି ।

ଏହି ଭିଡିଓଟି ଏକ କାର୍ ଭିତରୁ ଜଣେ କେହି ପାକିସ୍ତାନ ନାଗରିକ ପ୍ରଥମେ ଅପ୍ ଲୋଡ୍ କରିଥିଲେ । ଶ୍ରୀଲଙ୍କା କ୍ରିକେଟରଙ୍କ ପାଇଁ ଯାଉଥିବା କାରକେଡ୍ ରେ ଏତେ ସୁରକ୍ଷା ଗାଡ଼ି ସଂଖ୍ୟା ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବେ । ଲାଗିବନି ଯେ ଏହା କରାଚି ପରି ସହରର କୌଣସି ଦୃଶ୍ୟ । ସତେ ଯେପରି କିଛି ସମୟ ଆଗରୁ ଆତଙ୍କବାଦୀ ହମଲା ହୋଇଥିବା ଭଳି ମାଳ ମାଳ ଗାଡ଼ି ଏହି ଭିଡିଓରେ ଦେଖିବାକୁ ମିଳୁଛି । ତେଣୁ ଗମ୍ଭୀର କହିବାକୁ ଚାହିଁଛନ୍ତି କାଶ୍ମୀର ବାବଦରେ ଚିନ୍ତା କରୁଥିବା ଇମ୍ରାନ୍ ଖାନଙ୍କ ସରକାର କରାଚିରେ ସୁରକ୍ଷା ନେଇ କେତେ ଭୟଭୀତ ତାହା ଏହି ଭିଡିଓରେ ସ୍ପଷ୍ଟ ।

   Related Posts