ନାମାଙ୍କନ ପତ୍ର ଦାଖଲ କଲେ ଗୌତମ ଗମ୍ଭୀର : କହିଲେ ମୋଦିଙ୍କୁ ଅନୁସରଣ କରି ଦେଶକୁ ଆଗକୁ ବଢ଼ାଇବେ

Published By : Prameya-News7 Bureau | April 23, 2019 IST

ଦିଲ୍ଲୀ ୨୩/୪ : ଦିଲ୍ଲୀ ଲୋକସଭା ନିର୍ବାଚନ ସଂସ୍ଥା ପର୍ଯ୍ୟାୟରେ ମେ ୧୨ ତାରିଖରେ ହେବ | ଆଜି ଦିଲ୍ଲୀରେ ନାମାଙ୍କନ ଦାଖଲର ଶେଷ ଦିନ ଥିଲା | ଆଜି କ୍ରିକେଟ ଖେଳାଳୀରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀର ଔପଚାରିକତା ଭାବେ ରାଜନୀତିରେ ଓହ୍ଲାଇଛନ୍ତି |

{"id":106564}

ଗମ୍ଭୀରଙ୍କୁ ବିଜେପି ପୂର୍ବ ଦିଲ୍ଲୀର ଟିକେଟ ଦେଇଛି | ଗୌତମ ଗମ୍ଭୀର ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି |

{"id":106561,"width":558,"height":447}


ଆଜି ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସକାଳୁ ଗମ୍ଭୀର ନିଜ ପରିବାର ସହ ପୂଜାର୍ଚ୍ଚନା କରିଥିଲେ | ଏହାପରେ ସେ ରୋଡ଼ ଶୋ' କରିଥିଲେ | ରୋଡ଼ ଶୋ'ରେ ସେ କହିଥିଲେ ଯେ, ସେ ଦେଶ ଏବଂ ସମାଜର ସେବା କରିବେ |

{"id":106562}

ସେ କହିଥିଲେ ଯେ, ଗତ ୫ ବର୍ଷ ହେଲା ମୋଦି ଯେଉଁଭଳି ଦେଶର ବିକାଶ କରିଛନ୍ତି, ଦେଶକୁ ଏକ ଉଚ୍ଚ ସ୍ଥାନରେ ପହଞ୍ଚାଇଛନ୍ତି ଏବଂ ଦେଶକୁ ଆଗକୁ ନେଇଛନ୍ତି, ସେ ମଧ୍ୟ ସେହିଭଳି ପ୍ରୟାସ କରିବେ | ସେ ମଧ୍ୟ ମୋଦିଙ୍କ ପଦାଙ୍କ ଅନୁସରଣ କରି ଦେଶକୁ ଆଗକୁ ବଢାଇବାକୁ ପ୍ରୟାସ କରିବେ ଏବଂ ମୋଦିଙ୍କ ସ୍ବପ୍ନ ପୁରା କରିବେ |

{"id":106563}

ବିଗତ ୫ବର୍ଷରେ ମୋଦି ଦେଶକୁ ଯେତିକି ଆଗକୁ ନେଇଛନ୍ତି ସେ ସେହି କାମରେ ମୋଦିଙ୍କୁ ପୁରା ସହଯୋଗ କରିବେ ବୋଲି କହିଥିଲେ | ନାମାଙ୍କନ ପତ୍ର ଦାଖଲ ବେଳେ ଗମ୍ଭୀରଙ୍କ ପତ୍ନୀ ତାଙ୍କ ସହ ଉପସ୍ଥିତ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.