ନୂଆଦିଲ୍ଲୀ ୨୯।୦୩: କରୋନା ଭାଇରସ୍ ବିରୋଧରେ ଜାରି ମହାଯୁଦ୍ଧରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି। ଗମ୍ଭୀର ଶନିବାର ଏକ କୋଟି ଟଙ୍କା ସାହାଯ୍ୟ ଦେବାକୁ ଘୋଷଣା କରିଛନ୍ତି। ଗମ୍ଭୀର ନିଜର ସାଂସଦ ନିଧିରୁ ଏହି ଅର୍ଥ ରିଲିଫ ଫଣ୍ଡରେ ଦେବାକୁ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଗମ୍ଭୀର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦିଲ୍ଲୀ ସରକାରଙ୍କ ରିଲିଫ ଫଣ୍ଡରେ ଜମା କରିଥିଲେ।
ଗମ୍ଭୀର ଟୁଇଟ୍ କରି ଲେଖିଛନ୍ତି ଯେ, ବିନା ହତିଆରରେ ଯୁଦ୍ଧ ଜିତା ଯାଇ ପାରିବ ନାହିଁ ! କରୋନା ଚିକିତ୍ସା ଓ ଉପକରଣରେ କୌଣସି ଅଭାବ ନରହୁ ଏଥିପାଇଁ ହସ୍ପିଟାଲକୁ ମୋର ସାଂସଦ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଦିଆଯାଉ। ନିଜର ଅନ୍ୟ ଟୁଇଟ୍ରେ ଗମ୍ଭୀର ଲେଖିଛନ୍ତି ଯେ, ଏହା ଏମିତି ଏକ ମୁସ୍କିଲ ସମୟ ଯେବେ ଦେଶର ସମସ୍ତ ସମ୍ବଳକୁ କରୋନା ବିରୋଧୀ ଲଢେଇରେ ଲଢିବାର ଆବଶ୍ୟକତା ରହିଛି। ମୁଁ ନିଜର ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା ରିଲିଫ ଫଣ୍ଡରେ ଦେବାକୁ ଘୋଷଣା କରୁଛି। ଏହା ସହିତ ମୋର ଗୋଟିଏ ମାସର ଦରମା ମଧ୍ୟ କେନ୍ଦ୍ର ରିଲିଫ ଫଣ୍ଡକୁ ଦେଉଛି।
wp:core-embed/twitter {"url":"https://twitter.com/GautamGambhir/status/1242088747933433856?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1242088747933433856\u0026ref_url=https%3A%2F%2Fzeenews.india.com%2Fhindi%2Findia%2Fcovid-19-gautam-gambhir-donated-rs-1-5-crore-to-fight-the-epidemic%2F660628","type":"rich","providerNameSlug":"twitter","className":""} /wp:core-embed/twitterଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସର ମୁକାବିଲା ପାଇଁ ଲୋକଙ୍କ ସାହାଯ୍ୟ ପାଇଁ ଅପିଲ୍ କରିଥିଲେ। ସେ ପିଏମ କେୟାର୍ସ ଫଣ୍ଡର ଆକାଉଣ୍ଟ ନମ୍ବର ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ପରେ ବଲିଉଡଠୁ ନେଇ ସାଧାରଣ ଜନତା ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି ଏବଂ ପିଏମ କେୟାର୍ସ ଫଣ୍ଡରେ ସହାୟତା ରାଶି ପ୍ରଦାନ କରୁଛନ୍ତି।