Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କେଜ୍ରିଓ୍ଵାଲଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ ଗମ୍ଭୀର, ହସ୍ପିଟାଲକୁ ଯୋଗାଇ ଦେଲେ ୧ ହଜାର ପିପିଇ କିଟ୍

10/04/2020 at 10:00 PM

ନୂଆଦିଲ୍ଲୀ ୧୦।୦୪: ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ମୁଁ ନିଜର କହିବାନୁସାରେ ଏକ ହଜାର ପିପିଇ କିଟ୍ ଏଲଏନଜିପି ହସ୍ପିଟାଲ ପଠାଇ ଦେଇଛି। ଉଲ୍ଲେଖଯୋଗ୍ୟ, ଗମ୍ଭୀର ଓ କେଜ୍ରିଓ୍ଵାଲଙ୍କ ମଧ୍ୟରେ କିଛି ଦିନ ପୂର୍ବେ ଟୁଇଟରେ ଆଲୋଚନା ଆରମ୍ଭ ହୋଇଥିଲା। ଗମ୍ଭୀର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦିଲ୍ଲୀ ସରକାରଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଥିଲେ, ମାତ୍ର କେଜ୍ରିଓ୍ଵାଲ କହିଥିଲେ ଯେ, ପଇସାର ଅଭାବ ନାହିଁ ଆମକୁ ପିପିଇ କିଟ୍‌ର ବହୁତ  ଆବଶ୍ୟକ ରହିଛି।

ସାଂସଦ ଗୌତମ ଗମ୍ଭୀର ଏକ  ହଜାର ପିପିଇ କିଟ୍ ଦିଲ୍ଲୀର ଏଲଏନଜିପି ହସ୍ପିଟାଲରେ ପହଞ୍ଚାଇ ଦେଇଛନ୍ତି। ଟୁଇଟ୍ କରି ଗମ୍ଭୀର ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଗମ୍ଭୀର ପିପିଇ କିଟ୍‌ର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ମୁଁ ଦେଇଥିବା ନିଜର ପ୍ରତିଶ୍ରୁତି ପୂରଣ କରିଛି। ମୁଁ ଏକ ହଜାର ପିପିଇ କିଟ୍ ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ ପଠାଇ ଦେଇଛି। ସେ ଏହା ମଧ୍ୟ ଲେଖିଛନ୍ତି ଯେ ଏବେ ଦିଲ୍ଲୀକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଏବେ ଆପଣଙ୍କର ପାଳି। ଅଧିକ ଉପକରଣ ପ୍ରାପ୍ତ କରାଯାଇ ପାରିବ। ମୋତେ ଜାଗା ଏବଂ ବିବରଣୀ ଦିଅନ୍ତୁ !

ଉଲ୍ଲେଖଯୋଗ୍ୟ, ପୂର୍ବତନ ଭାରତୀୟ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର ଏକ କୋଟି ଟଙ୍କାର ରାଶି ମୁଖ୍ୟମନ୍ତ୍ରୀ ଫଣ୍ଡକୁ ଦେବାକୁ ଘୋଷଣା କରିଥିଲେ। ଏହା ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ, ଗୌତମ ଜୀ ଆପଣଙ୍କ ପ୍ରସ୍ତାବ ପାଇଁ ଧନ୍ୟବାଦ। ହେଲେ ସଂପ୍ରତି ଅର୍ଥର ଅଭାବ ନାହିଁ, ଆମକୁ ପିପିଇ କିଟ୍‌ର ଅତି ଆବଶ୍ୟକତା ରହିଛି। ଯଦି ଆପଣ ପିପିଇ କିଟ୍‌ର ତୁରନ୍ତ ବନ୍ଦୋବସ୍ତ କରି ଦେବେ ତେବେ ଆମେ ଆପଣଙ୍କଠାରେ କୃତଜ୍ଞ ହେବୁ।                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                          

   Related Posts