ଜନ୍ମଦିନ ସ୍ଵତନ୍ତ୍ର: ଗୋଟିଏ ନୁହେଁ, ଦୁଇ ଦୁଇଟି ବିଶ୍ଵକପ୍ ଫାଇନାଲରେ ଭାରତର ବିଜୟରେ ନାୟକ ସାଜିଥିବା ଗୌତମ ଆଜି ରାଜନୀତିରେ ବହୁତ ଗମ୍ଭୀର

Published By : Prameya-News7 Bureau | October 14, 2020 IST

ନୂଆଦିଲ୍ଲୀ ୧୪।୧୦: ଭାରତୀୟ ଦଳରେ ସବୁଠୁ ସଫଳ ଓପନ ମଧ୍ୟରେ ରହିଥିବା ଗୌତମ ଗମ୍ଭୀରଙ୍କ ଆଜି ହେଉଛି ୩୯ତମ ଜନ୍ମଦିନ। ୧୯୮୧ ଅକ୍ଟୋବର ୧୪ରେ ଦିଲ୍ଲୀରେ ଜନ୍ମିତ ଷ୍ଟାଇଲିସ୍ ବାମହାତୀ ଗୌତମ ଗମ୍ଭୀର ୨୦୦୭ ଟି-୨୦ ବିଶ୍ଵକପରେ ଭାରତର ଚମ୍ପିଆନରେ ପ୍ରମୁଖ ଭୂମିକା ନିଭାଇଥିଲେ। ଏହାପରେ ୨୦୧୧ ବିଶ୍ଵକପରେ ସେ ଦମଦାର ବ୍ୟାଟିଂ କରିଥିଲେ। କ୍ରିକେଟ୍‌ରୁ ଅବସର ନେବା ପରେ ଗୌତମ ରାଜନୀତିରେ ସକ୍ରିୟ ଅଛନ୍ତି। ଗୌତମ ଗମ୍ଭୀରଙ୍କୁ ୨୦୦୦୭ ଏବଂ ୨୦୧୧ ବିଶ୍ଵ କପ୍‌ ଫାଇନାଲରେ ଖେଳିଥିବା ଦମଦାର ଇନିଂସ ପାଇଁ ସର୍ବଦା ମନେ ରଖାଯିବ। ସେ  ଏହି ଦୁଇ ଫାଇନାଲରେ କ୍ରମଶଃ ୭୫ ଓ ୯୭ ରନର ଇନିଂସ ଖେଳିଥିଲେ। ଭାରତ ଏହି ଦୁଇ ମ୍ୟାଚ୍ ଜିତି ବିଶ୍ଵ ବିଜେତା  ହୋଇଥିଲା।

{"id":344311,"sizeSlug":"large"}

ଗମ୍ଭୀର ଭାରତ ପକ୍ଷରୁ ୫୮ଟି ଟେଷ୍ଟରୁ ୪୧୫୪ ରନ, ୧୪୭ଟି ଦିନିକିଆରେ ୫୨୩୮ ଓ ୩୭ ଟି-୨୦ରେ ୯୩୨ ରନ କରିଛନ୍ତି। ଗମ୍ଭୀର ଯେବେ ଦିଲ୍ଲୀରେ ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରୁଥିଲେ, ସେହି ସମୟରେ ଜାତୀୟ ଦଳରେ ସଚିନ ତେନ୍ଦୁଲକର,  ବୀରେନ୍ଦ୍ର ସେହ୍ଵାଗ, ରାହୁଲ ଦ୍ରାବିଡ, ଭିଭିଏସ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲି ଥିଲେ। ୨୦୦୭ରୁ ଗମ୍ଭୀରଙ୍କ କ୍ୟାରିୟର ଉପରକୁ  ଉଠିଥିଲା। ଟି-୨୦ ବିଶ୍ଵକପରେ ସେ ଦମଦାର ପ୍ରଦର୍ଶନ କରିଥିଲେ। ଏହା ପରଠୁ ସେ ଦଳରେ ଅଭିନ୍ନ ଅଙ୍ଗ ହୋଇ ଯାଇଥିଲେ। ସେ ଅନେକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି।

୨୦୦୭ ଟି-୨୦ ବିଶ୍ଵକପ୍‌ ଫାଇନାଲ

{"id":344308,"sizeSlug":"large"}

ଜୋହାନ୍ସବର୍ଗରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଗମ୍ଭୀର ୫୪ ବଲରୁ ୭୫ ରନର ଇନିଂସ ଖେଳିଥିଲେ। ତାଙ୍କର ଏହି ପାଳି ବଳରେ ଭାରତ ୫ ଓ୍ଵିକେଟ୍ ହରାଇ ୧୫୭ ରନ କରିଥିଲା। ଜବାବରେ ପାକିସ୍ତାନ ଲକ୍ଷ୍ୟଠୁ ୫ ରନ ଦୂରରେ ରହିଥିଲା। ଧୋନୀଙ୍କ ଅଧିନାୟକତ୍ଵରେ ଭାରତ ପ୍ରଥମ ଟି-୨୦ ବିଶ୍ଵକପ୍ ନିଜ ନାମରେ କରିଥିଲା। ଗମ୍ଭୀର ନିଜ ଇନିଂସରେ ୮ ଚୌକା ଓ ୨ ଛକା ମାରିଥିଲେ।

୨୦୧୧ ବିଶ୍ଵକପ୍

{"id":344307,"sizeSlug":"large"}

୨୦୧୧ ବିଶ୍ଵକପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ୯୭ ରନର ଇନିଂସ ଗମ୍ଭୀରଙ୍କ ସର୍ବଶ୍ରେଷ୍ଠ ଇନିଂସ ଥିଲା। ଧୋନୀଙ୍କ ନେତୃତ୍ଵାଧୀନ ଭାରତ ସମ୍ମୁଖରେ ୨୭୫ ରନର ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ପିଛା କରି ଦଳ ୩୧ ରନରେ ଦୁଇ ଓପନର ସେହ୍ଵାଗ ଓ ତେନ୍ଦୁଲକରଙ୍କୁ  ହରାଇ ସାରିଥିଲା। ଗମ୍ଭୀର ବିରାଟ କୋହଲିଙ୍କ ସହିତ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। କୋହଲି ୩୫ ରନ କରି ଆଉଟ୍  ହୋଇଥିଲେ। ଏହା ପରେ କ୍ରିଜରେ ଜମି ରହିଥିବା ଗମ୍ଭୀର ଧୋନୀଙ୍କ ସହିତ ମିଶି ଚତୁର୍ଥ ଓ୍ଵିକେଟ୍‌ରେ ୧୦୯ ରନ ଯୋଡି ଦଳର ବିଜୟ ସୁଗମ କରିଥିଲେ। ଆଉଟ୍ ହେବା ପୂର୍ବରୁ ଗମ୍ଭୀର ୯୭ ରନର ସ୍ମରଣୀୟ ଇନିଂସ ଖେଳିଥିଲେ।

୨୦୦୮ରେ ଦିନିକିଆରେ ଭାରତ ପକ୍ଷରୁ କରିଥିଲେ ସର୍ବାଧିକ ଶତକ

୨୦୦୯ରେ ଗମ୍ଭୀରଙ୍କ ବ୍ୟାଟ୍ ଖୁବ୍ ଗର୍ଜିଥିଲା। ସେ ଟେଷ୍ଟ ମାନ୍ୟତାରେ ୧ ନମ୍ବର ବ୍ୟାଟସମ୍ୟାନ ହୋଇଥିଲେ। ସେହି ବର୍ଷ ଗମ୍ଭୀର ଆଇସିସି ଟେଷ୍ଟ ପ୍ଲେୟାର ଅଫ ଦ ଆଓ୍ଵାର୍ଡରେ ସମ୍ମାନିତ ହୋଇଥିଲେ। ସେ ୨୦୦୮ରେ ଭାରତ ପକ୍ଷରୁ ଦିନିକିଆରେ ସର୍ବାଧିକ ଶତକ ଏବଂ ରନ କରିଥିଲେ। ୨୦୦୮ରେ ଭାରତୀୟ ରାଷ୍ଟ୍ରପତି ଗମ୍ଭୀରଙ୍କୁ ଅର୍ଜୁନ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ। ଗମ୍ଭୀର କ୍ରମାଗତ ୫ ଟେଷ୍ଟରେ ୫ ଶତକ ହାସଲ କରିଥିଲେ। ସେ ୫ ଟେଷ୍ଟରେ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ତାଙ୍କ ନେତୃତ୍ଵରେ ଦଳ ଗୋଟିଏ ହେଲେ ମ୍ୟାଚ୍‌ ହାରି ନାହିଁ। ଦିନିକିଆରେ ସେ ୬ଟି ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ଵ ତୁଲାଇଥିଲେ ଏବଂ ଦଳ ସବୁ ମ୍ୟାଚ୍‌ରେ ବିଜୟୀ ହୋଇଥିଲା।

ଗୌତମ ଗମ୍ଭୀର ଆଇପିଏଲରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୩୧ ହାରରେ ୪୨୧୭ ରନ କରିଛନ୍ତି। ଏଥିରେ ୩୬ ଅର୍ଦ୍ଧଶତକ ମଧ୍ୟ ସାମିଲ। ତାଙ୍କ ନେତୃତ୍ଵରେ କୋଲକାତା ନାଇଟ୍ ରାଇଡର୍ସ ଦୁଇ ଥର ୨୦୧୨ ଓ ୨୦୧୪ରେ ଆଇପିଏଲ ଟାଇଟଲ୍ ଜିତିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.