Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମଦ ପାଇଁ ଭୁଲିଗଲେ ସାମାଜିକ ଦୂରତା : ୨୧ ଜଣଙ୍କ ନାଁରେ ମାମଲା

12/05/2021 at 11:00 AM

ଉତ୍ତରପ୍ରଦେଶ ୧୨/୫: କରୋନା ଦ୍ୱିତୀୟ ଲହର ପାଇଁ ଉତ୍ତରପ୍ରଦେଶରେ ଲକଡାଉନ୍ ଜାରି ରହିଛି । ତେବେ ଏହି କଟକଣା ଭିତରେ ବି ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ରହିଛି । ତେବେ ସାମାନ୍ୟ ମଦ ପାଇଁ ଲୋକେ ଭୁଲିଯ।ଇଥିଲେ କରୋନା ଡର । ପାଣିରେ ପଡିଗଲା ସରକାରୀ ନିର୍ଦ୍ଦେଶନାମ । ଗୌତମବୁଦ୍ଧ ନଗରରୁ ନଜର ଆସିଛି ଏଭଳି କରୁଣ ଦୃଶ୍ୟ । ଟିକିଏ ସୁଯୋଗର ହାତଛଡା କରିନଥିଲେ ଲୋକେ ।

ଦୋକାନ ଆଗରେ ଲାଗିଥିଲା ଲମ୍ୱା ଲାଇନ୍ । ଭାଇରସ ହେଉ କି ଯାହା ହେଉ ମଲେ ପଛେ ମରିବୁ କିନ୍ତୁ ମଦକୁ ଛାଡିବୁନି । ଲୋକେ ମଦ କିଣିବା ନିଶାରେ ଭୁଲିଯାଇଥିଲେ ସାମାଜିକ ଦୂରତା । ଫଳରେ ପୋଲିସ ପହଞ୍ଚି ଲୋକଙ୍କୁ ସାବାଡ କରିଥିଲା । ଏମିତି ୨୧ ଅମାନିଆଙ୍କୁ ଗିରଫ କରିବାକୁ ବି ପଛାଇନଥିଲା । କେବଳ ଗିରଫ ନୁହେଁ IPC ୧୮୮ ଧାରାରେ ମାମଲା ବି ରୁଜୁ କରିଥିଲା । ପୂର୍ବରୁ ଜିଲ୍ଲା କୋଭିଡ କଟକଣା ମାନି ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ସକାଳ ୧୦ରୁ ସନ୍ଧ୍ୟା ୫ଟା ଯାଏଁ ଖୋଲାରଖିବାକୁ କୁହାଯାଇଛି । ତେବେ ଲୋକେ ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ସହ ଦରକାର ପଡିଲେ ଦୋକାନ ବନ୍ଦ ହେବାର ଆଶାଙ୍କା ବି ଦେଖାଦେଇଛି ।

   Related Posts