Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଗୌତମ ଆଡାନୀ ୨୦୨୦ରେ ବିଶ୍ୱର ଶ୍ରେଷ୍ଠ ଆୟକାରୀ ବ୍ୟବସାୟୀ: Bloomberg ବିଲେନିୟର୍ସ ଇଣ୍ଡେକ୍ସ

12/03/2021 at 6:04 PM

ନ୍ୟୁୟର୍କ: ବିଶ୍ୱର ଶୀର୍ଷ ଆୟକାରୀ ବ୍ୟବସାୟୀଙ୍କ ସୂଚୀର ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ବ୍ୟବସାୟୀ ତଥା ଉଦ୍ୟୋଗପତି ଗୌତମ ଆଡାନୀ। ୨୦୨୦ରେ କରୋନା ଭାଇରସ ମହାମାରୀ ଲାଗି ସାରା ବିଶ୍ୱ ଲକଡାଉନରେ ଥିବା ବେଳେ ଆଡାନୀଙ୍କ ଆୟ ବଳବତ୍ତର ରହିଥିଲା। ଏଣୁ ବିଶ୍ୱର ୧ ନମ୍ବର ଧନୀ ଆମାଜନ ସଂସ୍ଥାପକ ଜେଫ ବେଜୋସ୍‌, ସ୍ପେସ୍ ଏକ୍ସ ମାଲିକ ଏଲନ ମସ୍କଙ୍କୁ ମଧ୍ୟ ଆଡାନୀ ଆୟରେ ପଛରେ ପକାଇଦେଇଛନ୍ତି।

ବନ୍ଦରରୁ ଆରମ୍ଭ କରି ଶକ୍ତି ପ୍ରକଳ୍ପ ପର୍ଯ୍ୟନ୍ତ କାରବାରରେ ନିବେଶରେ ତାଙ୍କ ଆଗ୍ରହ ହିଁ ଏବେ ତାଙ୍କୁ ବିଶ୍ୱର ଆୟକାରୀ ବ୍ୟବସାୟୀଙ୍କ ସୂଚୀର ଶୀର୍ଷକୁ ନେଇଯାଇଛି ବୋଲି ବ୍ଲୁମବର୍ଗ ରିପୋର୍ଟରେ ସୂଚିତ କରିଛି। ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ ଗୌତମ ଆଡାନୀଙ୍କ ମୋଟ ସମ୍ପତ୍ତି ୨୦୨୧ ମସିହାରେ ୧୬.୨ ବିଲିୟନ ଡଲାରରୁ ବଢି ୫୦ ବିଲିୟନ ଡଲାରରେ ପହଞ୍ଚିଯାଇଥିଲା।  ଫଳରେ ଶେଷ ହୋଇଥିବା ୨୦୨୦ ବର୍ଷରେ ଆଡାନୀ ସବୁଠୁ ଅଧିକ ଆୟକାରୀ ଧନୀକ ଭାବେ ପରିଗଣିତ ହୋଇଛନ୍ତି।  

୨୦୨୦ରେ ଆଡାନୀ ଗ୍ରୁପର କେବଳ ଗୋଟିଏ ଷ୍ଟକକୁ ବାଦ ଦେଲେ ଅନ୍ୟ ସବୁ ସେୟାର ମୂଲ୍ୟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଦରବୃଦ୍ଧି ହୋଇଛି। ଏଥିରୁ ଆଡାନୀଙ୍କ ହୋଇଥିବା ସମ୍ପତ୍ତି ଅଭିବୃଦ୍ଧି ଆଗରେ ଭାରତର ୧ ନମ୍ବର ଧନୀକ ମୁକେଶ ଅମ୍ବାନୀ  ମଧ୍ୟ ପଛରେ ପଡିଯାଇଛନ୍ତି।  ୨୦୨୦ରେ ଅମ୍ବାନୀ ତାଙ୍କ ସମ୍ପତ୍ତିରେ ୮.୧ ବିଲିୟନ ଡଲାର ସଂଯୁକ୍ତ କରିଛନ୍ତି। ତେବେ ଗୌତମ ଆଡାନୀଙ୍କ ମୋଟ ସମ୍ପତ୍ତି ତୁଳନାରେ ଏହା ଏତେ ବେଶି ନୁହେଁ ବୋଲି ବ୍ଲୁମବର୍ଗ ରିପୋର୍ଟରୁ ଜଣାପଡିଛି।

ଆଡାନୀଙ୍କ ସାମ୍ରାଜ୍ୟର ଦ୍ରୁତ ଅଭିବୃଦ୍ଧି ହେଉଛି। ଭାରତରେ ଆଡାନୀ ସାମୁଦ୍ରିକ ବନ୍ଦର, ଏୟାରପୋର୍ଟ, ଡଟା ସେଣ୍ଟର ଓ କୋଇଲା ଖଣି ନିଜ କାରବାରରେ ସାମିଲ କରିଛନ୍ତି। ଏଥିରେ ଆଡାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ ଭାରତରେ ଗତମାସରେ ୧ ଜିଗାୱାଟ୍ ଡାଟା ସେଣ୍ଟର ବିକଶିତ କରିବା ଲାଗି ରାଜିନାମା ସ୍ୱାକ୍ଷର କରିଛନ୍ତି।

   Related Posts