Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଗୌତମ ଅଦାନୀଙ୍କ ହାତକୁ ଆସିଲା ମୁମ୍ବାଇ ବିମାନ ବନ୍ଦରର ଦାୟିତ୍ଵ, ପଛରେ ରହିଗଲା ଜିଏମଆର

13/07/2021 at 10:11 PM

ନୂଆଦିଲ୍ଲୀ ୧୩।୦୭: ଅରବପତି ଉଦ୍ୟୋଗପତି ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିଜ ହାତକୁ ନେଇଛି। ଖୋଦ୍ ଅଦାନୀ ଟ୍ଵିଟ୍ କରି ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ଅଦାନୀ ଗ୍ରୁପ ଗତ କିଛି ବର୍ଷ ହେବ ବିମାନ ସେବା କ୍ଷେତ୍ରରେ ନିଜର ସ୍ଥିତି ମଜବୁତ କରିବାରେ ଲାଗିଛି। ମୁମ୍ବାଇ ବିମାନ ବନ୍ଦରର ପରିଚାଳନା ସଂପୂର୍ଣ୍ଣ ନିଜ ହାତକୁ ନେବା ଏହି ଦିଗରେ ଏକ ବଡ ପଦକ୍ଷେପ।

ଅଦାନୀ ମଙ୍ଗଳବାର ଟ୍ଵିଟ୍ କରି ଲେଖିଛନ୍ତି ଯେ, ବିଶ୍ଵସ୍ତରୀୟ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ସଞ୍ଚାଳନ ଦାୟିତ୍ଵ ନିଜ ହାତକୁ ଅସିବା ନେଇ ଆମେ ଆନନ୍ଦିତ। ମୁମ୍ବାଇକୁ ଗୌରବାନ୍ଵିତ କରିବାକୁ ଆମେ ପ୍ରତିଶ୍ରୁତି ଦେଉଛୁ। ଅଦାନୀ ଗ୍ରୁପ ବ୍ୟବସାୟ, ଲଗ୍‌ଜରୀ ଓ ମନୋରଞ୍ଜନ ପାଇଁ ଭବିଷ୍ୟତର ଏୟାରପୋର୍ଟ ଇକୋ ସିଷ୍ଟମ ସ୍ଥାପନ କରିବ। ଏହା ମାଧ୍ୟମରେ ହଜାର ସଂଖ୍ୟକ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦିଆଯିବ ବୋଲି ଅଦାନୀ କହିଛନ୍ତି।

ପୂର୍ବରୁ ରହିଛି ଛଅ ବିମାନ ବନ୍ଦର

ଦେଶର ପ୍ରମୁଖ ବିମାନ ବନ୍ଦରର ସଞ୍ଚାଳନ ଘରୋଇ ହାତକୁ ଦେବା ପାଇଁ କେନ୍ଦ୍ର ସରକାର ୨୦୧୯ରେ ବିଡିଂ ମଗାଇଥିଲେ। ଏଥିରେ ଅହମ୍ମଦାବାଦ, ଲକ୍ଷ୍ନୌ, ଜୟପୁର, ମାଙ୍ଗାଲୋର, ଗୌହ୍ଵାଟୀ ଓ ତିରୁଅନନ୍ତପୁରମ ଛଅ ବିମାନ ବନ୍ଦରର ଠିକା ଅଦାନୀ ଗ୍ରୁପକୁ ମିଳିଥିଲା। ଅଦାନୀ ଗ୍ରୁପ ଏହି ସବୁ ବିମାନ ବନ୍ଦରର ସଞ୍ଚାଳନ ପାଇଁ ୫୦ ବର୍ଷର ଠିକା ନେେଇଛି। ବିମାନ ବନ୍ଦର ସଞ୍ଚାଳନ କ୍ଷେତ୍ରରେ ଜିଏମଆର ପରି ବଡ ସଂସ୍ଥାକୁ ପଛରେ ପକାଇ ଅଡାନୀ ଗ୍ରୁପ ଏହି ଠିକା ହାସଲ କରିଛି।

   Related Posts