Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ବ୍ୟୁଟିସିଆନ୍ ବନିଲେ ଶାହରୁଖ ଖାନଙ୍କ ଝିଅ : ପ୍ରଥମ କ୍ଲାଏଣ୍ଟ ହେଲେ ତାଙ୍କ ମାଆ

31/03/2020 at 1:47 PM

ମୁମ୍ବାଇ ୩୧/୩: ବଲିଉଡ ସେଲିବ୍ରିଟି ଲକଡାଉନ୍ ସମୟକୁ ସଦୁପଯୋଗ କରୁଛନ୍ତି। କେହି ପେଣ୍ଟିଂ ଶିଖୁଛନ୍ତି ତ କେହି କୁକିଂ। ଏପରି ସମୟରେ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ୍ ଝି ସୁହାନାଙ୍କଠୁ ମେକଅପ୍ ଟିପ୍ସ ନେଉଛନ୍ତି। ସେ ଏହି କ୍ବାରେଣ୍ଟାଇନ୍ ସମୟକୁ ମେକଅପ୍ ଶିଖିବାରେ ଉପଯୋଗ କରୁଛନ୍ତି।

ଗୌରୀ ଇନଷ୍ଟାଗ୍ରାମରେ ସୁହାନାଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଏଥିରେ ସୁହାନା ନ୍ୟୁଡ ମେକଅପରେ ବହୁତ ହଟ୍ ଲାଗୁଛନ୍ତି। ଗୌରୀ କ୍ୟାପ୍ସନରେ ଲେଖିଛନ୍ତି- ‘ମେକଅପ୍ ଶିଖୁଛନ୍ତି’।

ସୁହାନା ମଧ୍ୟ ଇନଷ୍ଟାଗ୍ରାମରେ ନିଜର କିଛି ଫଟୋ ଛାଡ଼ିଛନ୍ତି ଏବଂ କ୍ୟାପ୍ସନରେ ଲେଖିଛନ୍ତି- ‘ଏକ୍ସପେରିମେଣ୍ଟିଂ’। ତାଙ୍କର ଏହି କ୍ୟାପସନରୁ ବୁଝାଯାଉଛି ଯେ ସେ ମଧ୍ୟ ମେକଅପ୍ ଶିଖିବା ପାଇଁ ନିଜ ଉପରେ ଏକ୍ସପେରିମେଣ୍ଟ କରୁଛନ୍ତି।

ସୁହାନାଙ୍କ ଏହି ଫଟୋରେ ସେ ନ୍ୟୁଡ ଫେସ୍ ମେକଅପ୍ ଏବଂ ହେଭି ଆଇ ମେକଅପରେ ନଜର ଆସୁଛନ୍ତି।

କ୍ୟାରିୟର କଥା କହିବା ଯଦି ସୁହାନା କିଛି ଦିନ ତଳେ ଏକ ବିଦେଶୀ ଶର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କ ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ। ବର୍ତ୍ତମାନ ସେ ପାଠପଢ଼ାରେ ଧ୍ୟାନ ଦେଉଛନ୍ତି।

ସୁହାନା ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ନୁହଁନ୍ତି,କିନ୍ତୁ ଫ୍ୟାନ୍ସଙ୍କୁ ବେଳେବେଳେ ଅପଡେଟ୍ ଦିଅନ୍ତି।

ଗୌରୀ ଅଧିକାଂଶ ସମୟରେ ପିଲାମାନଙ୍କ ସହ ଫଟୋ ସେୟାର କରନ୍ତି। ସେ ଜଣେ ଇଣ୍ଟେରିୟର ଡିଜାଇନର ଏବଂ ବଲିଉଡ ସେଲିବ୍ରିଟିଙ୍କ ପ୍ରିୟ ଡିଜାଇନର ମଧ୍ୟ।

ଶାହରୁଖ ଖାନଙ୍କ ପୂରା ପରିବାର ଏବେ କ୍ବାରେଣ୍ଟାଇନରେ ରହିଛି।

   Related Posts