ମାଆଙ୍କ ପରେ ଏବେ ଗୌରବ ଚୋପ୍ରାଙ୍କ ବାପାଙ୍କ ପରଲୋକ : ସେୟାର କଲେ ଇମୋସନାଲ୍ ପୋଷ୍ଟ

Published By : Prameya-News7 Bureau | September 01, 2020 IST

ମୁମ୍ବାଇ ୧/୯: ଟିଭିର ହ୍ୟାଣ୍ଡସମ୍ ହଙ୍କ୍ ଗୌରବ ଚୋପ୍ରାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟା ଚାଲିଛି। କିଛି ଦିନ ତଳେ ନିଜ ମାଙ୍କୁ ହରାଇବା ପରେ ଏବେ ଗୌରବ ନିଜ ବାପାଙ୍କୁ ହରାଇ ଦେଇଛି। ତାଙ୍କ ବାପାଙ୍କ ପରଲୋକ ହୋଇଛି। ଗୌରବ ଏହାର ସୂଚନା ଇନଷ୍ଟା ପୋଷ୍ଟ ଜରିଆରେ ଦେଇଛନ୍ତି।

wp:core-embed/instagram {"url":"https://www.instagram.com/p/CEjX8OinNH-/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CEjX8OinNH-/?utm_source=ig_embed
/wp:core-embed/instagram

ଗୌରବ ବାପାଙ୍କ ଫଟୋ ସେୟାର କରି ଲେଖିଛନ୍ତି-‘ଶ୍ରୀ ସ୍ବତନ୍ତ୍ର ଚୋପ୍ରା। ମୋ ହୀରୋ,ମୋ ଆଇଡଲ୍,ମୋ ପ୍ରେରଣା। ମୋତ ଏକଥା ବୁଝିବାକୁ ୨୫ବର୍ଷ ଲାଗିଥିଲା ଯେ ସବୁ ବାପା ତାଙ୍କ ଭଳି ହୋଇନଥାନ୍ତି। ସେ ସ୍ପେଶାଲ ଥିଲେ। ତାଙ୍କ ପୁଅ ହେବା ମୋ ପାଇଁ ବରଦାନ ସମାନ। ମୋ ମାଆ ମୋତେ ୧୯ତାରିଖରେ ଅଲବିଦା କହିଥିଲେ ଏବଂ ବାପା ୨୯ତାରିଖରେ। ୧୦ଦିନ ଭିତରେ ସେମାନେ ୨ଜଣ ଚାଲିଗଲେ। ଏକ ଖାଲିପଣ ଜୀବନରେ ଆସି ଯାଇଛି ଯାହା କେବେ ପୂରଣ ହେବ ନାହିଁ।’

wp:core-embed/instagram {"url":"https://www.instagram.com/p/CEHlFHtH6e2/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CEHlFHtH6e2/?utm_source=ig_embed
/wp:core-embed/instagram

ଏହା ପୂର୍ବରୁ ଗୌରବ ମାଆଙ୍କ ପରଲୋକରେ ଇମୋସନାଲ୍ ପୋଷ୍ଟ କରିଥିଲେ। ସେ ନିଜର ଫିଲିଂସ ଲେଖିଥିଲେ,‘ମୋ ମାଆ ସବୁଠୁ ଶକ୍ତିଶାଳୀ। ପ୍ରଥମ ଫଟୋ ବର୍ଷେ ପୁରୁଣା। ୩ବର୍ଷ ଯାଏଁ କ୍ୟାନସର ସହ ଯୁଦ୍ଧ,୩ବର୍ଷ ଯାଏଁ ନନଷ୍ଟପ୍ କେମୋ ଏବଂ ଆମ ସାଥ ଦେବା। ସବୁ ରୁମକୁ ଉଜ୍ଜ୍ବଳ କରି ଦେଉଥିଲେ। ସବୁବେଳେ ସେ ସୁନ୍ଦର ମହିଳା ହୋଇ ରହିଥିଲେ ଯାହାକୁ କେହି ଦୁର୍ବଳ କରିପାରିନଥିଲେ। ତାଙ୍କୁ ସମସ୍ତେ ଭଲ ପାଉଥିଲେ।’

{"id":323269,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.