ଗୌହର ଖାନଙ୍କ ବାହାଘରର ଆଉ ଏକ ଭିଡିଓ ଭାଇରାଲ୍, ଦିଅର ସହ ଧୁମ୍ ନାଚିଲେ
4/01/2021 at 5:20 PM

ମୁମ୍ବାଇ ୦୪/୦୧ : ବଲିଉଡ ଅଭିନେତ୍ରୀ ଗୌହର ଖାନ୍ ଓ ଜୈଦ ଦରବାରଙ୍କ ବାହାଘର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି। ଗୌହର ଖାନ ଓ ଜୈଦ ଦରବାରଙ୍କ ବାହାଘର ଭିଡିଓ ସୋସିଆଲ୍ ମିଡ଼ିଆରେ ଧୁମ୍ ମଚେଇଛି। ଭିଡିଓରେ ଗୌହର ଖାନ୍ ଓ ଜୈଦ ଦରବାରଙ୍କ ଘରଲୋକ ଲଗାତାର ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ଏହି ଡ୍ୟାନ୍ସ ଭିଡିଓ ଜୈଦ ଦରବାରଙ୍କ ଭାଇ ଆୱେଜ ଦରବାର କୋରିଓଗ୍ରାଫ କରିଥିଲେ। ଭିଡିଓକୁ ଉଭୟଙ୍କ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି। ଭିଡିଓରେ ପ୍ରଶଂସକ ନାନା ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

ଏହି ଡ୍ୟାନ୍ସ ପରଫର୍ମାନ୍ସରେ ଜୈଦଙ୍କ ଭାଇ, ଭଉଣୀ ଓ ତାଙ୍କ ବାପା-ମା’ ମଧ୍ୟ ବହୁତ ନାଚିଛନ୍ତି। ଘରଲୋକଙ୍କ ପରେ ଗୌହର ଖାନ ଓ ଜୈଦ ଦରବାର ମଧ୍ୟ ନାଚିଥିଲେ। ଏହି ଭିଡିଓକୁ ୟୁଟ୍ୟୁବ୍ ଚାନେଲରେ ସେୟାର କରାଯାଇଛି।
ଏବେ ସୁଦ୍ଧା ଭିଡିଓକୁ ୧୭ ଲକ୍ଷ ୩୫ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ଗୌହର ଖାନ ଓ ଜୈଦ ଦରବାର ଗତ ଡିସେମ୍ବର ୨୫ ତାରିଖରେ ମୁମ୍ବାଇରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ରୀତିନୀତି ଆରମ୍ଭ ହେବାପରେ ବିବାହ ସମ୍ବନ୍ଧୀୟ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।

ଗୌହର ଖାନ ଫିଲ୍ମ ରକେଟ ସିଂହରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ସେ ବିଗ ବସ-୭ ରେ ବିଜେତା ମଧ୍ୟ ହୋଇଥିଲେ।