ବୋଲ୍ଡ ସିନ୍ କରିବାକୁ ମନା କଲେ ଗୌହର ଖାନ: କହିଲେ-‘ମୁଁ ମୋ ସୀମା ଲଙ୍ଘିବିନି’
7/01/2021 at 7:30 PM

୦୭/୦୧ : ଗୌହର ଖାନ ନିଜର ସୁନ୍ଦରତା ଏବଂ ପ୍ରତିଭା ପାଇଁ ବେଶ ଲୋକପ୍ରିୟ। ଗୌହର ଖାନ ଏ ପର୍ଯ୍ୟନ୍ତ ଅନେକ ଥର ସ୍କ୍ରିନ ଉପରେ ତାଙ୍କର ଯାଦୁ ଦେଖାଇ ସାରିଛନ୍ତି। ତାଙ୍କର ଫିଲ୍ମ, ଆଇଟମ ଡ୍ୟାନ୍ସ ସବୁ ହିଟ୍ ହୋଇଛି। କିନ୍ତୁ ବିଗ୍ ବସ୍ ର ରିୟାଲିଟି ଶୋ’ ରେ ସେ ଅଧିକ ଲୋକପ୍ରିୟ ହୋଇଥିଲେ। ଗୌହର ଖାନ ବିଗ ବସ -୭ ର ବିଜେତା ହୋଇଥିଲେ ଏବଂ ଟ୍ରଫି ସହ ଲୋକଙ୍କ ହୃଦୟ ମଧ୍ୟ ଜିତିପାରିଥିଲେ।
ସେ ୱେବ ସିରିଜ ‘ଦି ଅଫିସ’ ରେ ମଧ୍ୟ ନଜର ଆସିଥିଲେ। ତାଙ୍କୁ ଆଉ ଏକ ୱେବ ସିରିଜ ପାଇଁ ଅଫର ମିଳିଥିଲା କିନ୍ତୁ ସେ ମନା କରିଦେଇଛନ୍ତି। କାରଣ ଏହି ୱେବ ସିରିଜରେ ତାଙ୍କୁ ବୋଲ୍ଡ ସିନ୍ କରିବାକୁ କୁହାଯାଇଥିଲା ଏବଂ ସେ ସଫା ସଫା ମନା କରିଦେଇଛନ୍ତି ଯେ ସେ ବୋଲ୍ଡ ସିନ କରିବାକୁ ଚାହୁଁ ନାହାନ୍ତି। ଗତ କିଛି ଦିନ ହେବ ଗୌହର ଫିଲ୍ମ ଏବଂ ୱେବ ସିରିଜରୁ ଦୁରେଇ ଅଛନ୍ତି| ତାଙ୍କ କହିବା କଥା ସେ ନିଜେ ସେହି ଚରିତ୍ରରୁ ଦୁରେଇ ରହିଛନ୍ତି।
ଗୌହର କହିଛନ୍ତି ଯେ ମୁଁ ସ୍ପଷ୍ଟ ଭାବେ କହୁଛି ମୁଁ କୌଣସି ବୋଲ୍ଡ ସିନ୍ କରିବିନି। ଜଣେ ଅଭିନେତ୍ରୀ ଭାବେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ଭଲ ଜିନିଷ ଦର୍ଶକଙ୍କ ପାଖକୁ ପହଞ୍ଚାଇବା ମୋର କର୍ତ୍ତବ୍ୟ ଯେ। ମୁଁ ମୋର ଲାଇନ କ୍ରସ୍ କରିବି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଜଣେ ଅଭିନେତ୍ରୀ ଭାବେ ମୋତେ ନିଜର କାମକୁ ଦର୍ଶକଙ୍କ ପାଖରେ ବୁଝିସୁଝି ପହଞ୍ଚାଇବାକୁ ପଡିବ। ବୋଲ୍ଡ ସିନ୍ କରିବା କିମ୍ବା ଗ୍ଲାମର୍ସ ଦେଖାଇବା ପାଇଁ ମୁଁ ସହଜ ଅନୁଭବ କରୁନାହିଁ। ସେଥିଲାଗି ମୁଁ ବହୁ ଭାବିଚିନ୍ତି ପ୍ରୋଜେକ୍ଟକୁ ହାତକୁ ନେଉଛି।