ଚୁରମାର୍ ହୋଇଗଲା ୨୫ କୋଟି ଟଙ୍କାର କାର : ଭିଡିଓ ସୁଟିଂ କରୁଥିବାବେଳେ ଗଛରେ ପିଟିହେଲା କାର

Published By : Prameya-News7 Bureau | November 23, 2020 IST

ନୂଆଦିଲ୍ଲୀ ୨୩/୧୧ : ୟୁଟ୍ୟୁବରେ ଲୋକପ୍ରିୟ ହେବା ପାଇଁ ପ୍ରାୟ ସମସ୍ତେ ବିଭିନ୍ନ ଉପାୟ ଆପଣାଉଛନ୍ତି । ସାରା ବିଶ୍ବରେ ଖାସ କରି ଯୁବକ ମାନେ ଏବେ ସୋସିଆଲ ମିଡିଆରେ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ବିଭିନ୍ନ କଳା ଦେଖାଉଛନ୍ତି । କିନ୍ତୁ ଅନେକ ସମୟରେ ଭିଡିଓ ସୁଟ କରିବା ବେଳେ ଭୁଲ ବଶତଃ ଦୁର୍ଘଟଣା ମଧ୍ୟ ଘଟିଥାଏ । ସେହିଭଳି ଏକ ଘଟଣା ଘଟିଛି ଆମେରିକାର ଟେକ୍ସାସରେ ।

ଗେଜ୍ ଗିଲିୟାନ ନାମକ ଜଣେ ୟୁଟ୍ୟୁବର ତାଙ୍କ ବାପାଙ୍କ ଦାମୀ ଗାଡିରେ ସାଙ୍ଗମାନଙ୍କ ସହିତ ଭିଡିଓ ସୁଟିଂ କରୁଥିବା ବେଳେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଗାନି ହୁଆୟାରା ରୋଡଷ୍ଟର କାର ଯାହାର ମୂଲ୍ୟ ୩.୪ ମିଲିୟନ ଡଲାର, ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଦୁର୍ଘଟଣା ପୂର୍ବରୁ ଗେଜ୍ ଗିଲିୟାନ୍ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ତାଙ୍କ ପ୍ରଶଂସକମାନଙ୍କୁ ଦୁର୍ଘଟଣା ଏବଂ କ୍ଷତ ବିଷୟରେ ଜଣାଇଥିଲେ ।

ସେ କାର ନିର୍ମାତା ମାନଙ୍କୁ ଗୁରୁତ୍ୱ ଦେଇଥିଲେ ଏବଂ କହିଥିଲେ ଯେ ସେ ତାଙ୍କ ସାଥୀ ଜାକଙ୍କ ସହ ଏକ ଭିଡିଓ କରୁଛନ୍ତି । ଏହା କହି ସେ କାର ଚଳାଇବାକୁ ଲାଗିଲେ । ତେବେ କିଛି ବାଟ ଯିବା ପରେ ସେ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ । ସେ ରାସ୍ତାର ବାମ ପାର୍ଶ୍ୱକୁ ଯିବାବେଳେ ଗାଡିର ନିୟନ୍ତ୍ରଣ ହରାଇଥିଲେ ଏବଂ ଗୋଟିଏ ଗଛରେ ପିଟି ଦେଇଥିଲେ । ଦୁର୍ଘଟଣା ସମୟରେ କାରର ଗତି ପ୍ରାୟ ୧୦୦ ରୁ ୧୨୦ ପ୍ରତି ଘଣ୍ଟା ଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ୩.୪ ମିଲିୟନ ଡଲାରର କାରଟି ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା । ସମ୍ଭବତଃ ଗେଜ୍ ଏବଂ ତାଙ୍କ ବନ୍ଧୁ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି । ତେବେ ଏହା ପରେ ସେ ଭଗବାନଙ୍କୁ ଧନ୍ୟବାଦ ଦେବା ସହିତ ଦ୍ରୁତ ଗତିରେ ଗାଡି ନଚଳାଇବାକୁ ଲୋକଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.