ବିବାହ ନକରିବା ପାଇଁ ଧମକ ଦେଉଥିଲେ ଜୈଦ୍ ଦରବାର୍, ବାହାଘରର ୬ ମାସ ପରେ ଖୁଲାସା କଲେ ଅଭିନେତ୍ରୀ ଗୌହର ଖାନ

Published By : Prameya-News7 Bureau | July 31, 2021 IST

ମୁମ୍ବାଇ ୩୧/୦୭ : ଗୌହର ଖାନ ଓ ଜୈଦ ଦରବାରଙ୍କ ଯୋଡିକୁ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି । ଦୁହିଁଙ୍କର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେଉଛି । ଦୁହେଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ମଧ୍ୟ ରୁହନ୍ତି । ଗତ ବର୍ଷ ଡିସେମ୍ବରରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଁଙ୍କ ଲଭ୍ ଆଫେୟାର୍ସ ଓ ହଠାତ୍ ବିବାହ କରିବା ଫ୍ୟାନ୍ସମାନଙ୍କୁ ସରପ୍ରାଇଜ୍ କରିଦେଇଥିଲା । ବିବାହର ୬ ମାସ ପରେ ଦୁହେଁ ହନିମୁନ ଯାଇଥିଲେ । କିନ୍ତୁ ଗୌହର ଏବେ ଖୁଲାସା କରିଥିଲେ କି ଜୈଦ୍ କେମିତି ବିବାହ ପାଇଁ ଧମକ ଦେଇଥିଲେ ଏହା ସହ ସର୍ତ୍ତ ମଧ୍ୟ ରଖିଥିଲେ । ଯଦି ଏହା ନକରନ୍ତି ତାହାଲେ ବିବାହ କ୍ୟାନସେଲ କରିବା ପାଇଁ କହିଥିଲେ ।

ଏନେଇ ଗୌହର ବିବାହର ୭ ମାସ ପରେ ଖୁଲାସା କରିଛନ୍ତି । ଜୈଦ ତାଙ୍କୁ କହିଥିଲେ କି ତୁମ ପାଇଁ ସବୁ କିଛି ମ୍ୟାନେଜ୍ କରି ନେବି କିନ୍ତୁ ଯଦି ତୁମେ ବିବାହରେ ମେହେନ୍ଦି ନ ଲଗାଇବ ତାହାଲେ ବିବାହ କରିବି ନାହିଁ । ଜୈଦ ଚାହୁଁ ଥିଲେ କି ଗୌହର ବିବାହରେ ଯାହା ହେଲେ ମେହେନ୍ଦି ଲଗାନ୍ତୁ । ଗୌହର ମେହେନ୍ଦି ଲଗାଇବାକୁ ଚାହୁଁ ନଥିଲେ । କାହିଁକି ନା ବିବାହର ପର ଦିନ ତାଙ୍କର ୧୪ ଫେରେର ଶୁଟ୍ ଥିଲା ଯାହା ପାଇଁ ସେ ମୁମ୍ବାଇ ଯିବାର ଥିଲା । ହେଲେ ସୌଭାଗ୍ୟବଶତଃ ବିବାହ ପରେ ଯେଉଁ ଶୁଟିଂ କରିବାର ଥିଲା ତାହା ମଧ୍ୟ ବିବାହର ସିନ୍ ଥିଲା । ଏଥିପାଇଁ କୌଣସି ଅସୁବିଧା ହୋଇ ନଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.