Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଦୁନିଆକୁ ବିଦାୟ ଦେଲେ ଜଫର ଅହମଦ ଖାନ, ବାପାଙ୍କ ଫଟୋ ସେୟାର କରି ଗୋହର ଖାନ ଲେଖିଲେ ଏମିତି…

5/03/2021 at 12:29 PM

ନୂଆଦିଲ୍ଲୀ ୦୫/୦୩: ଗତ ବର୍ଷ  ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଅଭିନେତ୍ରୀ ଗୋହର ଖାନ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ପିତା ଜଫର ଅହମ୍ମଦ ଖାନ ଦୁନିଆକୁ ବିଦାୟ ଦେଇଛନ୍ତି । ଗତ ଏକ ସପ୍ତାହ ଧରି ତାଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୋହରଙ୍କ ବନ୍ଧୁ ପ୍ରୀତି ସିମୋସ୍ ତାଙ୍କ ପିତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି ।

ପ୍ରୀତି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୋହରଙ୍କ ପିତାଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯାହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ଗୋହରଙ୍କ ବାପା, ଯାହାକୁ ମୁଁ ଖୁବ୍ ଭଲ ପାଉଥିଲି।  ଯିଏ ଗର୍ବର ସହିତ ବଞ୍ଚିଥିଲେ ଏବଂ ସର୍ବଦା ଗର୍ବର ସହିତ ସ୍ମରଣୀୟ ରହିବେ । ପରିବାରକୁ ଶକ୍ତି ଏବଂ ଭଲପାଇବା ।’

ଗୋହର ଖାନ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କ ପିତାଙ୍କ ଏକ ଫଟୋ ସେୟାର କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ । ସେ କ୍ୟାପସନରେ ଲେଖିଛନ୍ତି, ‘ମୋର ହିରୋ ତୁମ ପରି କେହି ନୁହଁନ୍ତି । ମୋ ବାପା ଜଣେ ଏଞ୍ଜଲ୍ ଥିଲେ ଯାହାଙ୍କର ଦେହାନ୍ତ ହୋଇଛି। ସେ ସର୍ବୋତ୍ତମ ଆତ୍ମା ​​ଥିଲେ । ମୁଁ ତୁମକୁ ବହୁତ ଭଲ ପାଏ ।’

ଗୋହର ଖାନ ପୂର୍ବ ଦିନ ହସ୍ପିଟାଲ୍ ରୁମ୍ ର ଏକ ଫଟୋ ସେୟାର କରିଥିଲେ । ଯାହା ସହିତ ସେ ତାଙ୍କ ବାପାଙ୍କ ପାଇଁ ପ୍ରାର୍ଥନା କରିବାକୁ ଫ୍ୟାନ୍ସମାନଙ୍କୁ ନିବେଦନ କରିଥିଲେ । କିନ୍ତୁ ଗହୋର ଖାନଙ୍କ ପିତାଙ୍କ ରୋଗ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

   Related Posts