ଭୁବନେଶ୍ବର୨୦/୨: ଶେଷ ହେଲା ଖଣ୍ଡଗିରି କୁମ୍ଭମେଳା। ଦୀର୍ଘ ୧୦/୧୧ ଦିନଧରି ବିଭିନ୍ନ ଯାତ୍ରା ପାର୍ଟି ଖଣ୍ଡଗିରିରେ ନିଜର ଦମଦାର ନାଟକ ପରିବେଷଣ କରିଥିଲା। ଖଣ୍ଡଗିରି କୁମ୍ଭମେଳାର ମୁଖ୍ୟ ଆକର୍ଷଣ ଥିଲା ଯାତ୍ରା। ଯାତ୍ରା କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ଭିଡ଼ର ମୁଖ୍ୟ କାରଣ ଥିଲା।
{"id":226844,"sizeSlug":"large"}ଖଣ୍ଡଗିରିରେ ୧୧ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିଥିଲେ। ବ୍ୟବସାୟିକ ଦୃଷ୍ଟିକୋଣରୁ ୧୧ଟି ଯାତ୍ରା ପାର୍ଟି ସନ୍ତୋସଜନକ ଲାଭ କରିଥିବା କୁହାଯାଉଛି। ବିଶେଷକରି କିଛି ଯାତ୍ରାର ପାର୍ଟିର ଖଳନାୟକ ଓ ନାୟକଙ୍କୁ ଦେଖିବା ପାଇଁ ଭିଡ ଲାଗିଥିଲା। ବିଭିନ୍ନ ଯାତ୍ରା ପାର୍ଟିର କଳାକାରମାନଙ୍କ ସାକ୍ଷାତାକାର ନ୍ୟୁଜ ସେଭେନ୍ ମଧ୍ୟ ନେଇଥିଲା। ଏହା ଭିତରେ ବହୁ ବରିଷ୍ଠ କଳାକାର ନିଜ ଅଭିନୟ ଭିତରେ କିପରି ସେମାନଙ୍କ ଦୁଃଖ ଚାପି ରଖିଛନ୍ତି। ସେହି ସଂପର୍କରେ କ୍ୟାମେରା ସାମ୍ନା କହିଥିଲେ।
{"id":226841,"sizeSlug":"large"}ଖଣ୍ଡଗିରିରେ ଯାତ୍ରା ମଞ୍ଚସ୍ଥ ହୋଇଥିବା ଯାତ୍ରା ପାର୍ଟିଗୁଡିକ ହେଲା, କୋଣାର୍କ, ସୂର୍ଯ୍ୟମନ୍ଦିର, ଶିବାନୀ, ରାଜଧାନୀ ଅପେରା, ବିଶ୍ବ ରଙ୍ଗ ମହଲ, ସ୍ବପ୍ନ ମହଲ ଆଦି ୧୧ଟି ପାର୍ଟି ପଡ଼ିଥିଲା। ଖଣ୍ଡଗିରି କୁମ୍ଭମେଳାରେ ଶିବାନୀ ଅଧିକ ଲାଭବାନ ହୋଇଥିବା କୁହାଯାଉଛି। ପୁଣି ଦର୍ଶକଙ୍କ ତାଳିରେ ଶିବାନୀ ପାର୍ଟି ସମସ୍ତ କଳାକାର ଉତ୍ସାହିତ ହୋଇଥିଲେ। ସେହିପରି ଆଇଟମ୍ ଗାର୍ଲ ଲଭଲିଙ୍କୁ ନେଇ ଚଳିତ ଖଣ୍ଡଗିରିମେଳାରେ ହଇଚଇ ସୃଷ୍ଟି ହୋଇଥିଲା। ମୁଁ କଣ ସାଢ଼ୀ ପିନ୍ଧି ଆଇଟମ ଡ଼୍ୟାନ୍ସ କରିବି ନା କଣ? ଗଣମାଧ୍ୟମ ସାମ୍ନାରେ ଲଭଲି ଏଭଳି ପ୍ରଶ୍ନ ମଧ୍ୟ କରିଥିଲେ।
{"id":226842,"sizeSlug":"large"}ଚାଲିଗଲା ଦିନ ରହିଗଲା ଚିହ୍ନ। ଗତ ବର୍ଷ ଖଣ୍ଡଗିରିମେଳାରେ ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ସେହିପରି ଚଳିତ ବର୍ଷ ଖଣ୍ଡଗିରିମେଳାରେ ଆଇଟମ୍ ଗାର୍ଲ ଲଭଲିଙ୍କୁ ନେଇ ତୁମ୍ବି ତୁଫାନ ଉଡ଼ିଥିଲା।
{"id":226843,"sizeSlug":"large"}ସୋସିଆଲ ମିଡିଆରେ ରାନୀ ପଣ୍ଡା ନିଜର ପ୍ରତିକ୍ରିୟର ରଖିଥିଲେ। ସେହିପରି ସାମ୍ବାଦିକ ସମ୍ମିଳନୀ କରି ରାନୀ କ୍ଷୋଭ ମଧ୍ୟ ପ୍ରକାଶ କରିଥିଲେ। ଯାତ୍ରା ଜଗତର ଦମଦାର କଳାକାର ସୁରେଶ ପଣ୍ଡା ନିଜ ମନରେ ଚାପି ରଖିଥିବା ଦୁଃଖକୁ ପ୍ରକାଶ କରିଥିଲେ। ଯାତ୍ରା ଜଗତର ସଫଳଯୋଡି ବେବିନା ଓ ବିନୋଦ ମଧ୍ୟ କିଛି କଥା ନ୍ୟୁଜ ସେଭେନ କ୍ୟାମେରା ସାମ୍ନାରେ କହିଥିଲେ। ଦୁର୍ଦ୍ଦାନ୍ତ ଖଳାନାୟକ ଦୈତାରି ପଣ୍ଡା ମଧ୍ୟ ନିଜ ଅନୁଭୂତିରେ ବାଣ୍ଟିଥିଲେ।