ରେଗୁଲେଟର ବଦଳାଇବା ବେଳେ ଅଘଟଣ, ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ଗୁରୁତର

Published By : Prameya-News7 Bureau | April 12, 2020 IST

କଳାହାଣ୍ଡି ୧୨।୦୪: ଭବାନୀପାଟଣାରେ ଜଣେ ପୋଲିସ ଏଏସ୍‌ଆଇଙ୍କ ଘରେ ପାଟିଲା ଗ୍ୟାସ୍‌ ଟାଙ୍କି । ପୋଲିସ କର୍ମଚାରଙ୍କ ଗ୍ୟାସ୍‌ ଟାଙ୍କି ଫାଟି ଦୁଇଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି ।

{"id":252835,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୋଲିସ କର୍ମଚାରୀଙ୍କ ପତ୍ନ ଗ୍ୟାସ୍‌ର ରେଗୁଲେଟର ବଦଳାଉଥିବା ବେଳେ କୌଣସି କାରଣରୁ ଗ୍ୟାସ୍‌ରେ ନିଆଁ ଲାଗିଯାଇଥିଲା । ଏବଂ ଟାଙ୍କିଟି ଫାଟିଯାଇଥିଲା । ଯାହାଫଳର ସେଠାରେ ଉପସ୍ଥିତ ଥିବା ମହିଳା ଓ ତାଙ୍କ ପୁଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ଜାରି ରହିଛି । ତେବେ ଗ୍ୟାସ୍‌ ଟାଙ୍କି ଫାଟିବା ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

{"id":252837,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.