ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲେ ପରିବାର

Published By : Prameya-News7 Bureau | May 27, 2021 IST

ତେଲକୋଇ ୨୭/୫: ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ହେଲେ ବଡ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗାଁରେ । ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୧ ଟା ସମୟରେ ଗୋଳାଗାଡିଆ ଗାଁର ଭରତ ନାୟକଙ୍କ ବୋହୁ ମଞ୍ଜୁଲତା ନାୟକ ରୋଷେଇ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ପାଇପରେ ନିଆଁ ଲାଗି ଯାଇଥିଲା ।

ଏହାଦେଖି ମଞ୍ଜୁଲତା ଘର ବାହାରକୁ ଧାଇଁ ପଳାଇ ଆସିଥିଲେ । ଏବଂ ଘରର ସମସ୍ତଙ୍କୁ ଘରୁ ବାହାରି ଯିବା ପାଇଁ କହିଥିଲେ । କିଛି ସମୟ ପରେ ଗ୍ୟାସ ସିଲିଣ୍ଡରଟି ଫାଟି ଯାଇଥିଲା । ଫଳରେ ରୋଷେଇ ଘରଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ରୋଷେଇ ଘରେ ଥିବା ଧାନ ଚାଉଳ ପୋଡି ନଷ୍ଟ ହୋଇଯାଇଛି । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭରତ ନାୟକଙ୍କ ପରିବାର ଲୋକେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.