ସୋରରେ ଗ୍ୟାସ ଟାଙ୍କି ଫାଟି ଦୁଇଟି ଦୋକାନ ଜଳିଗଲା

Published By : Prameya-News7 Bureau | May 26, 2018 IST

ଗ୍ୟାସ ଟାଙ୍କି ଫାଟି ଜଳିଗଲା ଦୁଇଟି ଦୋକାନ । ଆଜି ଭୋରୁ ସୋର ସବିରା କୋହ୍ଲା ଅଞ୍ଚଳରେ ଘଟିଛି ଅଘଟଣ । ବାବାଜି ସ୍ବାଇଁ ଜଳଖିଆ ଦେକାନରେ ଚା କରୁଥତ୍ବା ବଳେ ଗ୍ୟାସ ଟଙ୍କି ଫାଟିଯାଇଥିଲା । ଏତିରେ ବାବାଜି ସ୍ବାଇଁଙ୍କର ନଗଦ ୫ହଜାର ଟଙ୍କା ସହ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ସେହିପରି ନିକଟରେ ଥିବା କୈଳାସ ମହାନ୍ତିଙ୍କ ତେଜରାତିରେ ଦୋକାନରେ ନଗଦ 10 ହଜାର ଟଙ୍କା ଓ 2 ଲକ୍ଷ ଟଙ୍କାର ତେଜରାତି ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.