ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର
13/01/2021 at 8:22 AM

ଖଲ୍ଲିକୋଟ ୧୩।୦୧: ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଖବର ଅନୁଯାୟୀ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଗ୍ୟାସ୍ ଟ୍ୟାଙ୍କର । ହଠାତ୍ ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଛି ଗ୍ୟାସ୍ ଟ୍ୟାଙ୍କର । ଘନକୁହୁଡି ଲାଗି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଯାହାଫଳରେ କି ରାସ୍ତାର ଉଭୟ ପାର୍ଶ୍ୱରେ ଅଟିକିଛି ଅନେକ ଗାଡି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021