ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | April 21, 2020 IST

ଜୟପୁର ୨୧।୦୪: ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ଜୟପୁର ବାରିଣିପୁଟ ନିକଟରେ ଓଲଟିଲା ଗ୍ୟାସ ଟ୍ୟାଙ୍କର ଓଲଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସେହିପରି ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ଖବର ଆସିନାହିଁ ।

{"id":257579,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗ୍ୟାସ୍‌ ଟ୍ୟାଙ୍କରଟି ବିଶାଖାପାଟଣାରୁ ଜୟପୁର ଆସୁଥିଲା । ତେବେ କୋରାପୁଟ ଜିଲ୍ଲା ଜୟପୁର ବାରିଣିପୁଟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି । ଗ୍ୟାସ୍‌ ଟ୍ୟାଙ୍କର ଓଲଟିବା ଦେଖି ସ୍ଥାନୀୟଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେୋ । ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.