ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ଟାଙ୍କି

Published By : Prameya-News7 Bureau | January 26, 2020 IST

ଘଟଗାଁ ୨୬।୦୧: କେନ୍ଦୁଝର ଜିଲ୍ଲା ଘଟଗାଁର ଥାନା ଢାଙ୍ଗରଡିହା ଗାଁର ପାତ୍ରା ସାହିରେ ଅଘଟଣ ଘଟିଛି । ଗ୍ୟାସ୍ ଟାଙ୍କି ଫାଟି ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

{"id":216291,"sizeSlug":"large"}

ସୂଚନାଯୋଗ୍ୟ ଯେ, ଢାଙ୍ଗରଡିହା ଗାଁ ପାତ୍ରସାହିର ରାମ ଚନ୍ଦ୍ର ପାତ୍ରଙ୍କ ଘରେ ରୋଷେଇ ଚାଲିଥିଲା । ହଠାତ ଏହି ଗ୍ୟାସ୍ ଟାଙ୍କି ଫାଟିଯାଇଥିଲା । ଗ୍ୟାସ୍ ଟାଙ୍କି ଫାଟିଯିବାରୁ ରୋଷେଇ ଘର ପୋଡି ପାଉଁଶ ହେବା ସହ ଘରେ ଥିବା କିଛି ଆସବାପତ୍ର ମଧ୍ୟ ପୋଡିଯାଇଛି । ଅଗ୍ନିକାଣ୍ଡରେ ଏକ ସ୍କୁଟି ମଧ୍ୟ ପୋଡି ପାଉଁଶ ହୋଇଯାଇଛି ।   ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିଙ୍କୁ ଆଘାତ ଲାଗିନାହିଁ । ଘଟଗାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି ।  

{"id":216292,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.