ଦଶନ୍ଧୀର ସବୁଠୁ ନିମ୍ନ ସ୍ତରକୁ ଖସିବ ପ୍ରାକୃତିକ ଗ୍ୟାସ୍ ମୂଲ୍ୟ, ଶସ୍ତା ହୋଇପାରେ LPG, CNG ଓ PNG

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ :  ଦେଶରେ ପ୍ରାକୃତିକ ଗ୍ୟାସ୍ ମୂଲ୍ୟରେ ବଡ ଧରଣର ହ୍ରାସ ହୋଇପାରେ। ଯାହାର ସିଧା ପ୍ରଭାବ ଦେଶରେ ଏହି କାରବାର ସହ ଜଡିତ ଅଏଲ ଏଣ୍ଡ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେସନ (ଓଏନଜିସି) ଭଳି ସଂସ୍ଥାଙ୍କ ଉପରେ ପଡିବ। ଆକଳନ ଅନୁସାରେ ଭାରତରେ ହୁଏତ ଅକ୍ଟୋବର ମାସ ବେଳକୁ ପ୍ରାକୃତି ଗ୍ୟାସ୍‌ର ମୂଲ୍ୟ ଖସି ୧ଟଙ୍କା ୯୦ ଅଥବା ୯୪ ପଇସା ପ୍ରତି ଏମଏମବିଟିୟୁକୁ ଆସିପାରେ। ଯହା ଗତ ଏକ ଦଶନ୍ଧୀରେ ପ୍ରାକୃତିକ ଗ୍ୟାସ୍‌ର ସର୍ବନିମ୍ନ ଦର ହେବ ବୋଲି କୁହାଯାଉଛି।

{"id":315592,"sizeSlug":"large"}

ସୂଚନା ଯୋଗ୍ୟ ଯେ ଏବେ ଦେଶର ଗ୍ୟାସ୍‌ ଉତ୍ପାଦକମାନେ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି।  ଏଥିରେ ଯଦି ଗ୍ୟାସ୍ ଦର ଆହୁରି  ହ୍ରାସ ହୁଏ ତେବେ ଏଲପିଜି ସମେତ ସିଏନଜି ଓ ପିଏନଜିର ମୂଲ୍ୟ ମଧ୍ୟ ହ୍ରାସ ହେବ। ସୂଚନା ଅନୁସାରେ ଦେଶରେ ଅକ୍ଟୋବର ୧ ତାରିଖରେ ଗ୍ୟାସ୍‌ ମୂଲ୍ୟ ସଂଶୋଧନ ହେବ। ଏଣୁ ବେଞ୍ଚମାର୍କ ଦର ହ୍ରାସ ଯୋଗୁ ପ୍ରତି ମିଲିୟନ  ବ୍ରିଟିଶ ଥର୍ମାଲ ୟୁନିଟି ମୂଲ୍ୟରେ ୧.୯୦ରୁ ୧.୯୪ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଯଦି ଦରରେ ଏପରି କୌଣସି ପରିବର୍ତ୍ତନ ହୁଏ ତେବେ ଚଳିତବର୍ଷ ଲଗାତାର ତୃତୀୟବାର ଗ୍ୟାସ୍‌ ମୂଲ୍ୟ ହ୍ରାସ ହେବ। ଏହା ପୂର୍ବରୁ ଗତ ଏପ୍ରିଲରେ ଗ୍ୟାସ୍‌ ମୂଲ୍ୟରେ ବଡ ହ୍ରାସ ହୋଇଥିଲା। ଏଥିରେ ୨୬ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ କମିଥିଲା।

{"id":315594,"sizeSlug":"large"}

ଗ୍ୟାସ୍ ମୂଲ୍ୟ ହ୍ରାସ ଅର୍ଥାତ ଦେଶର ସର୍ବ ବୃହତ୍ତ ତୈଳ ଓ ଗ୍ୟାସ୍‌ ଉତ୍ପାଦକ ଓଏନଜିସିର କ୍ଷତି ବଢିବା। ୨୦୧୭-୧୮ରେ ଓଏନଜିସିର କ୍ଷତି ପରିମାଣ ୪ହଜାର ୨୭୨ କୋଟି ଟଙ୍କା ଥିଲା। ଏଥିରେ ପୁଣି ଦର ହ୍ରାସ ଅନୁମାନ କରାଯାଉଥିବା ବେଳେ ଜାରି ଆର୍ଥିକ ବର୍ଷରେ ଏହି କ୍ଷତିର ପରିମାଣ ବଢି ୬ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.