ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଲିକ୍
9/03/2019 at 8:55 AM

ଭଦ୍ରକ ୯|୩ : ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ଗ୍ୟାସ୍ ଟ୍ୟାଙ୍କର ଲିକ୍ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଯାତାୟାତ ବନ୍ଦ ହୋଇଛି । ସନ୍ଧ୍ୟା ବେଳେ ଗ୍ୟାସ୍ ବୋଝେଇ ଟ୍ୟାଙ୍କରଟି ପାରାଦୀପରୁ ବୋକାର ଅଭିମୁଖେ ଯାଉଥିବା ବେଳେ ଏକ ମାଲବାହୀ ଟ୍ରକ୍ ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଫଳରେ ଗ୍ୟାସ୍ ଲିକ୍ ହୋଇଥିଲା ।

ଭଦ୍ରକ ଅଗ୍ନିଶମ ବାହିନୀର ଦୁଇଟି ଗାଡି ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଉଦ୍ୟମ କରୁଛି । ସୁରକ୍ଷା ଦୃଷ୍ଟିରୁ ରାସ୍ତାରେ ଗାଡି ଚଳାଚଳ ବନ୍ଦ କରାଯାଇଛି। ଆଖପାଖ ଅଂଚଳର ଲୋକମାନଙ୍କୁ ନିଆଁ ନ ଲଗାଇବାକୁ ସତର୍କ ସୂଚନା ଦିଆଯାଇଛି ।
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021