ଗ୍ୟାସ୍ ଲିକ୍ ହୋଇ ୩ ଗୁରୁତର, ଅବ୍ୟବସ୍ଥା ନେଇ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା

Published By : Prameya-News7 Bureau | October 06, 2020 IST

ଖଲ୍ଲିକୋଟ ୦୬।୧୦: ଗ୍ରାସୀମ କମ୍ପାନୀରେ ଗ୍ୟାସ୍‌ ଲିକ୍ ହୋଇ ୩ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତ ଶ୍ରମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳ ସମୟରେ ଏହି ଅଘଟଣା ଘଟିଛି ।

ସୂଚନମୁତାବକ ମଙ୍ଗଳବାର ସକାଳ ସାଢେ ୯ଟା ସମୟରେ ପ୍ଲାଣ୍ଟରେ କାମ କରୁଥିବା ସମୟରେ ହଠାତ ଗ୍ୟାସ ଟାଙ୍କିଟି ଫାଟି ଯାଇଥିଲା । ଯାହାଫଳରେ କି ପ୍ଲାଣ୍ଟରେ କାମ କରୁଥିବା ୩ଜଣ ଶ୍ରମିକ ଗ୍ୟାସ ସଂସ୍ପର୍ଶ ରେ ଆସି ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଶ୍ରମିକଙ୍କୁ ପ୍ରଥମେ ଛତ୍ରପୁର ମେଡ଼ିକାଲ , ଏବଂ ପରେ ସମୟରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି ।

{"id":339398,"sizeSlug":"large"}

ଏହି ଘଟଣା ପରେ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କମ୍ପାନୀର ସମସ୍ତ ଶ୍ରମିକ କମ୍ପାନୀ ସମୁଖରେ ଧାରଣା ଦେଇଛନ୍ତି । ଏହାସହ କମ୍ପାନୀର ଏମିତି ଅବହେଳା ଯୋଗୁଁ ଶ୍ରମିକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ଯେଉଁ ପ୍ଲାଣ୍ଟରେ ବଡ଼ ବଡ଼ ଇଞ୍ଜିନିୟର ମାନେ କାମ କରିବା କଥା ସେଠି ସାଧରଣ ଶ୍ରମିକଙ୍କ ଦ୍ୱାରା କାର୍ଯ୍ୟ କରାଯାଉଛି ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.