Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ବିଶାଖାପାଟନମ୍‌ର ଏକ ଔଷଧ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍ : ୨ ମୃତ, ୪ ଗୁରୁତର

30/06/2020 at 7:54 AM

ବିଶାଖାପାଟନମ୍ ୩୦।୬: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ପୁଣି ଥରେ ଗ୍ୟାସ୍ ଲିକ୍ ଘଟଣା ଘଟିଛି । ଏଥିରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ, ପରବଦାରେ ଅବସ୍ଥିତ ଜବାହରଲାଲ ନେହେରୁ ଫାର୍ମା ସିଟିରେ ଗ୍ୟାସ୍ ଲିକ୍ ହୋଇଛି। ୨୯ ଜୁନ୍ ବିଳମ୍ବିତ ରାତିରେ ସାନୋର ଲାଇଫ୍ ସାଇନ୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀରୁ ବେଞ୍ଜି ମେଡିଜୋଲ୍ ନାମକ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । କମ୍ପାନୀରେ କାମ କରୁଥିବା ୬ ଜଣ ଲୋକ ଏହି ବିଷାକ୍ତ ଗ୍ୟାସ୍ କବଳରେ ଆସିଥିଲେ । ସେଥିମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିଛି ଦିନ ପୂର୍ବେ ବିଶାଖାପାଟନମରେ ଗ୍ୟାସ୍ ଲିକ୍ ଘଟଣା ଘଟିଥିଲା ।

ଆହତମାନଙ୍କୁ ଆର.କେ. ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୩ ଜଣ ବିପଦମୁକ୍ତ ଅଛନ୍ତି । ଆହତମାନଙ୍କ ମଧ୍ୟରେ ଦୁଇ ଜଣ ରସାୟନ ବିଜ୍ଞାନୀ ଥିବାବେଳେ ମୃତକଙ୍କ ମଧ୍ୟରେ ସିଫ୍ଟ ଇନଚାର୍ଜ ଆର ନରେନ୍ଦ୍ର ଏବଂ ଅନ୍ୟ ଜଣେ ବ୍ୟକ୍ତି ଗୌରୀଶଙ୍କର ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ପଚରାଉଚରା କରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମେ ୭ ତାରିଖରେ ବିଶାଖାପାଟନମ୍ ର ଏଲଜି ପଲିମର୍ସ କମ୍ପାନୀର ଏକ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହେବା ଦ୍ବାରା ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଲୋକମାନେ ଗ୍ୟାସ୍ ଲିକ୍ ହେବା ପରେ ରାସ୍ତାରେ ପଡିବାକୁ ଆରମ୍ଭ କରିଥିଲେ । ଏହି ଘଟଣାର ପ୍ରାୟ ୫୦ ଦିନ ପରେ ବିଶାଖାପାଟନମରେ ଏହା ହେଉଛି ଦ୍ବିତୀୟ ଗ୍ୟାସ୍ ଲିକ୍ ଦୁର୍ଘଟଣା ।

   Related Posts