ବାଲେଶ୍ୱର ୦୫।୦୮: ବାଲେଶ୍ୱର ରସାଳପୁର ମୁନିପଦା ଗାଁର ଅଘଟଣ ଘଟିଛି । ରୋଷେଇ କରୁଥିବା ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ହେବା ଦ୍ୱାରା ୩ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମେଡିକାଲରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ , ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ଅନ୍ୟ ଦୁଇଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟା ସମୟରେ ରସାଳପୁର ପଞ୍ଚାୟତ ମୁନିପଦା ଗାଁର ବୁଧିରାମ ବେଜ୍ଙ୍କ ଘରେ ଗ୍ୟାସ୍ ସରିଯାଇଥିଲା । ପଡୋଶୀର ଅଜୟ ଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ କୌଣସି କାମରେ ଆସିଥିଲେ । ତେବେ ଏହି ସମୟରେ ବୁଧିରାମ ଅଜୟଙ୍କୁ ଗ୍ୟାସ୍ ସଲଗ୍ନ କରିବାକୁ କହିଥିଲେ । ଅଜୟ ସରିଯାଇଥିବା ଗ୍ୟାସ୍କୁ କାଢି ନୂଆ ଗ୍ୟାସ୍ ଟାଙ୍କି ଲଗାଇବା ସମୟରେ ନିକଟରେ ଚୁଲି ଲାଗିଥିଲା । ଯାହାଫଳରେ କି ଚୁଲିର ନିଆଁ ଗ୍ୟାସ୍ ସହିତ ସଲଗ୍ନ ହୋଇଯାଇଥିଲା । ଏହା ଫଳରେ ଗ୍ୟାସ୍ ଲିକ୍ ହୋଇଯାଇଥିଲା ।
ତେବେ ଗ୍ୟାସ୍ ଲିକ ହେବା ଦ୍ୱାରା ୩ଜଣ ଗୁରୁତର ଥିବା ଜଣାପଡିଛି । ତତ୍କ୍ଷଣତା ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରରେ ଚିକିତ୍ସାଧୀନ ରହିଥିବା ସୌଦାମୁନି ବେଜ୍ଙ୍କ ଅବସ୍ଥା ଗୁରୁତର ହେବାରୁ , ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେଠାର ତାଙ୍କ ଚିକିତ୍ସା ଜାରି ରହିଛି । ସେହିପରି ଅନ୍ୟ ଦୁଇଜଣ ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାରି ରହିଛି ।