ମହାରାଷ୍ଟ୍ର ବଦଲାପୁରରେ ଲିକ୍ ହେଲା ଗ୍ୟାସ୍ : ଭିଓ୍ୱଣ୍ଡିରେ ଅଗ୍ନିକାଣ୍ଡରେ ଜଳିଗଲା ୧୫ କଓ୍ୱାଡି ଗୋଦାମ

Published By : Prameya-News7 Bureau | June 04, 2021 IST

ମହାରାଷ୍ଟ୍ର ୦୪/୬ : ମୁମ୍ବାଇ ନିକଟସ୍ଥ ଠାଣେରେ ଦୁଇ ଦୁଇଟି ବଡ଼ ଦୁର୍ଘଟଣା । ଥାନାର ବଦଲାପୁରର ଏକ କମ୍ପାନୀରୁ ଗ୍ୟାସ୍ ଲିକ୍ ହେବା କାରଣରୁ ଆଖପାଖ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହି ଗ୍ୟାସ୍ ଲିକର ମାତ୍ରା ଏତେ ବ୍ୟାପ୍ତ ଥିଲା ଯେ, ୩ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ଏହାର ପ୍ରକୋପ । ଯେଉଁଥିପାଇଁ ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ସେହିଭଳି ଠାଣେ ଭିଓ୍ୱାଣ୍ଡିରେ ଅଗ୍ନିକାଣ୍ଡରେ ଜଳିଯାଇଛି ୧୫ କଓ୍ୱାଡି ଗୋଦାମ ।

wp:html /wp:html

ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ ଏପର୍ଯ୍ୟନ୍ତ କାହାରି ମୃତହାତ ନେଇ କୌଣସି ଖବର ନାହିଁ । ଥାନେ ମ୍ୟୁନିସିପାଲିଟି କର୍ପୋରେସନ୍ କହିଛି ଯେ ଗୁରୁବାର ରାତି ପ୍ରାୟ ୧୦.୨୨ ସମୟରେ ମହାରାଷ୍ଟ୍ରର ବଦଲାପୁରର ଏକ କାରଖାନାରୁ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଅଞ୍ଚଳର ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅଗ୍ନିଶମ ବାହିନୀ ରାତି ୧୧.୪୨ରେ ଲିକ୍ ବନ୍ଦ କରିବାରେ ସଫଳ ହୋଇଥିଲା । ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଏଥିରେ କେହି ଆହତ ହୋଇନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.