ଏସି କମ୍ପାଣ୍ଟମେଣ୍ଟରେ ଗ୍ୟାସ ଲିକ୍, INS ରଣବୀରରେ ବିସ୍ଫୋରଣ ପଛର କାରଣ !

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ, ୨୦/୦୧:  ଆଇଏନଏସ ରଣବୀରରେ ବିସ୍ଫୋରଣର ପଛର କାରଣ ସାମ୍ନାକୁ ଆସିଛି । ଏସି କମ୍ପାଣ୍ଟମେଣ୍ଟରେ ଗ୍ୟାସ ଲିକ୍ ଏହି ବିସ୍ଫୋରଣ ପଛର କାରଣ ହୋଇପାରେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ବୋର୍ଡ ଅଫ୍ ଇନକ୍ୱାରୀ ଗଠନ କରାଯାଇଥିବା ଅଧିକାରୀ କହିଛନ୍ତି।

ଅଧିକାରୀ ଜଣଙ୍କ ସୂଚନା ଦେଇ କହିଛନ୍ତି, ‘ଜାହାଜର ଏସି କମ୍ପାଣ୍ଟମେଣ୍ଟରେ ଗ୍ୟାସ ଲିକ୍ ହେବା ଯୋଗୁଁ ବିସ୍ଫୋରଣ ହେବାର ସମ୍ଭାବନା ଅଧିକ ରହିଛି’।

ବୁଧବାର ଆଇଏନଏସ ରଣବୀରରେ ହୋଇଥିବା ବିସ୍ଫୋରଣରେ ନାଭାଲର ତିନିଜଣ ଯବାନାଙ୍କ ମୃତ୍ୟୁ ହୋଇଥିଲା। ମୃତକ ତିନିଜଣଙ୍କ ପରିଚୟ କ୍ରିଷନ କୁମାର (୪୯), ସୁରିନ୍ଦର କୁମାର (୪୮) ଏବଂ ଏ.କେ ସିଂ(୩୮) ରୁପେ ହୋଇଥିଲା। ଏହାସହ ଅନ୍ୟ ୧୧ ଜଣ ଆହତ ହୋଇଥିଲେ। ଜାହାଜର କୌଣସି ବଡ ଧରଣର କ୍ଷତି ହୋଇ ନଥିବା ନୌସେନା ପକ୍ଷରୁ କହୁଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.