ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍‌ ୧୦୦ରୁ ଅଧିକ ଅସୁସ୍ଥ, ୨ ଗୁରୁତର

Published By : Prameya-News7 Bureau | November 13, 2019 IST

ବାଲେଶ୍ୱର - ବାଲେଶ୍ୱର ଖନ୍ତାପଡାରେ ଥିବା ଏକି ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍‌ ୧୦୦ ଜଣ ଅସୁସ୍ଥ । ୨ ଜଣଙ୍କ ଅବସ୍ଥା ଗୁରୁତର । ଖନ୍ତାପଡା ଗୋଷ୍ଟୀ ଡାକ୍ତରଖାନାରେ ଲୋକମାନଙ୍କୁ ଭର୍ତ୍ତି କରାଯାଇଛି । କିଛି ଲୋକଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆମୋନିଆ ଗ୍ୟାସ ଲିକ୍‌ ହୋଇଥିବା ପ୍ରାଥମିକ ସୂଚନା ମିଳିଛି ।

{"id":183635,"sizeSlug":"large"}

ଗ୍ୟାସ ଲିକ୍‌ ହେବା ସମୟରେ ପ୍ରାୟ ୩ଶହ ମହିଳା କର୍ମଚାରୀ ସେଠାରେ କାମ କରୁଥିଲେ। କିଛି ଲୋକଙ୍କର ବାନ୍ତି ଓ ମୁଣ୍ଡ ବୁଲାଇଥିଲା । କିଛି ମହିଳା ଚେତାଶୂନ୍ୟ ହୋଇଯାଇଥିଲେ ।

ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସିତ ଲୋକଙ୍କର ଅବସ୍ଥା ସମ୍ପର୍କରେ ପହଞ୍ଚିିଥିଲେ । ଫାଲକନ୍‌ର ଚିଙ୍ଗୁଡି ଫ୍ୟାକ୍ଟ୍ରି ରେ ଏହି ଅଘଟଣା ଘଟିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.