ଆସନ୍ତା ମାସରେ ଗ୍ୟାସ ସିଲିଣ୍ଡର ଦାମ୍‌ କମିବ, ଅଧିକ ବ୍ୟବହାର ଓ ଚାହିଦାରୁ ବଢିଛି ଦର: ଧର୍ମେନ୍ଦ୍ର କହିଲେ, ମୂଲ୍ୟ ବୃଦ୍ଧି ମୋ ହାତରେ ନାହିଁ

Published By : Prameya-News7 Bureau | February 20, 2020 IST

ନୂଆଦିଲ୍ଲୀ -୨୦| ୦୨-  ଆସନ୍ତା ମାସରେ ହ୍ରାସ ପାଇବଏଲପିଜି ଦର । ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବଢିବାର ସପ୍ତାହେ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି ସୂଚନା ଦେଇଛନ୍ତି ।  ଗୁରୁବାର ମନ୍ତ୍ରୀ ଶ୍ରୀ ପ୍ରଧାନ  ରାୟପୁରରେ କହିଛନ୍ତି, ଆସନ୍ତା ମାସରେ ଏଲପିଜି ଦାମ୍‌ ହ୍ରାସ ହେବା ସମ୍ଭାବନା ବେଶି । ତେବେ  ନିୟମିତ ଭାବେ ଏଲପିଜି ଦର ବଢୁଥିବା ଅଭିଯୋଗକୁ ଅଗ୍ରାହ୍ୟ କରି କେନ୍ଦ୍ର ମନ୍ତ୍ରୀ କହିଚନ୍ତି, ଗ୍ୟାସ୍‌ ସିଲିଣ୍ଡର ଦାମ ଲଗାତର ବଢୁନାହିଁ , ଚଳିତ ମାସରେ ଦର ବଢିବାର କାରଣ ହେଲା ଅନ୍ତର୍ଜାତୀୟ ବଜାରର ପ୍ରଭାବ । ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରର ପ୍ରଭାବରୁ ଏହି ମାସରେ ଏଲପିଜି ମୂଲ୍ୟ ବଢିଥିଲେ ବି ଆସନ୍ତା ମାସରେ ଏହା ପୁଣି ହ୍ରାସ ପାଇପାରେ , ଏବଂ ତାହାର  ସଂକେତ ଆସୁଛି । 

{"id":226914,"sizeSlug":"large"}

 ଗତ ସପ୍ତାହରେ  ଏଲପିଜି ମୂଲ୍ୟ ସିଲିଣ୍ଡର ପ୍ରତି ୧୪୪ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା ।ଯଦିଓ ଘରୋଇ ଗ୍ରାହକଙ୍କ ଲାଗି ଗ୍ୟାସ୍‌ ସିଲିଣ୍ଡର ପ୍ରତି ସବସିଡି ମଧ୍ୟ ପାଖାପାଖି ଦୁଇ ଗୁଣକୁ ବଢିଥିଲା । ତଥାପି ଗ୍ୟାସ୍‌ ସିଲିଣ୍ଡର ଦର ବୃଦ୍ଧି କୁ ନେଇ ବିରୋଧି ସ୍ବର ଉଠାଇଥିଲେ ।

{"id":226916,"width":571,"height":413,"sizeSlug":"large"}

ଏପରିକି ଏନେଇ ରାଜନୈତୀକ ଆକ୍ଷେପ ବି ବଢିଥିଲା ଯ ଯଦିଓ ପୂର୍ବରୁ ମନ୍ତ୍ରୀ ଧ୍ମେନ୍ଦ୍ର ପ୍ରଧାନ ଏଲପିଜି ଦର ବୃଦ୍ଦି ସହ ଦିଲ୍ଲୀ ନିର୍ବାଚନର ସଂପର୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।କହିଛନ୍ତି ନିକଟରେ ଶେଷ ହୋଇଥିବା ଦିଲ୍ଲୀ  ନିର୍ବାଚନ ସହ ଏଲପିଜି ଦାମ ବୃଦ୍ଧିର କିଛି ସଂପର୍କ ନାହିଁ । ଏଲପିଜି ଦର ଅନ୍ତର୍ଜାତୀୟ ବଜାର ଏବଂ ଚାହିଦା ଉପରେ  ନିର୍ଭର କରିଥାଏ । ସେହି ଅନୁସାରେ ଏହା କେବେ ବଢେ ଏବଂ କେବେ କମେ ବୋଲି  ପ୍ରକାସ କରି ମନ୍ତ୍ରୀ କହିଛନ୍ତି, ଏହା ମୋ ହାତରେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.