Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଗ୍ୟାସ୍ ସିଲିଣ୍ଡର ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଦାମ୍…

1/07/2020 at 10:15 AM

ନୂଆଦିଲ୍ଲୀ ୦୧।୦୭ : ସାଧାରଣଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ । ଗୋଟିଏ ତୈଳଦର ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆଉ ଗୋଟିଏ ପଟେ ଆଜି ପୁଣି ଥରେ ଗ୍ୟାସ୍ ସିଲିଣ୍ଡର ଦାମ ବୃଦ୍ଧି କରାଯାଇଛି । ଦେଶର ଅଏଲ ମାର୍କେଟିଂ କମ୍ପାନୀମାନଙ୍କ ପକ୍ଷରୁ ବିନା ସବ୍‌ସିଡି ବିଶିଷ୍ଟ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ବୃଦ୍ଧି କରାଯାଇଛି । ଆଜିଠାରୁ ୧୯କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡରର ଦାମ୍‌ ହ୍ରାସ ପାଇଥିବା ବେଳେଓ ୧୪.୦୨ କିଲୋଗ୍ରାମ ବିଶିଷ୍ଟ ବିନା ସବ୍‌ସିଡ୍‌ ବିଶିଷ୍ଠ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି କରାଯାଇଛି । ତୈଳ କମ୍ପାନୀମାନଙ୍କ ପକ୍ଷରୁ ପ୍ରତି ମାସର ଆରମ୍ଭରୁ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ସମୀକ୍ଷା କରନ୍ତି । ପ୍ରତି ରାଜ୍ୟର ଅଲଗା-ଅଲଗା ପ୍ରକାରର ଟ୍ୟାକ୍ସ ହିସାବରେ ଏଲ୍‌ପିଜି ଗ୍ୟାସ୍‌ର ଦାମ୍‌ରେ ଅନ୍ତର ଥାଏ । ଏହାକୁ ନେଇ ଦାମ୍‌ ବୃଦ୍ଧି କି କମ୍‌ କରାଯାଇଥାଏ ।

ଏହାପୂର୍ବରୁ ଜୁନ୍‌ ମାସରେ ଦିଲ୍ଲୀରେ ୧୪.୦୨କିଲୋଗ୍ରାମ ବିଶିଷ୍ଠ ବିନା ସବ୍‌ସିଡି ଏଲ୍‌ପିଜି ଗ୍ୟାସ ସିଲିଣ୍ଡରର ଦାମ୍‌ ୧୧.୫୦ ମହଙ୍ଗା ହୋଇଥିଲା । କିନ୍ତୁ ମେ ମାସରେ ଗ୍ରାହକମାନଙ୍କୁ ଆଶ୍ୱସ୍ତ ମିଳିଥିଲା । ଗ୍ୟାସ୍‌ ସିଲିଣ୍ଡର ୧୬୨.୫୦ଟଙ୍କା ଶସ୍ତା ହୋଇଥିଲା ।

ଆଇଓସିଏଲ୍‌ ଓ୍ୱେବସାଇଟ୍‌ ଅନୁସାରେ, ଦିଲ୍ଲୀରେ ୧୪.୦୨ କିଲୋଗ୍ରାମ ବିଶିଷ୍ଟ ନନ୍‌ ସବ୍‌ସିଡି ଏଲପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଏକ ଟଙ୍କା ମହଙ୍ଗା ହୋଇଛି । କୋଲକାତାରେ ୪ଟଙ୍କା ମହଙ୍ଗା, ମୁମ୍ବାଇରେ ୩.୫୦ଟଙ୍କା ମହଙ୍ଗା , ଚେନ୍ନାଇରେ ୪ଟଙ୍କା ମହଙ୍ଗା ହୋଇଛି । ସମସ୍ତ ଦାମ୍‌ ବୃଦ୍ଧି ପରେ ଏବେ ଦିଲ୍ଲୀ ଏହାର ଦାମ୍‌ ୫୯୪ଟଙ୍କା ରହିଥିବା ଯାହାପୂର୍ବରୁ ୫୯୩ ଥିଲା । କୋଲକାତାରେ ଏହାର ଦାମ୍‌ ୬୧୬ ଟଙ୍କାରୁ ବୃଦ୍ଧି ପାଇଁ ୬୨୦.୫୦ଟଙ୍କା ହୋଇଯାଇଛି । ମୁମ୍ବାଇରେ ୫୯୦.୫୦ଟଙ୍କାରୁ ବୃଦ୍ଧି ପାଇ ୫୯୪ଟଙ୍କା ହୋଇଯାଇଛି । ସେହିପରି ଚେନ୍ନାଇରେ ପୂର୍ବରୁ ୬୦୬.୫୦ଟଙ୍କା ରହିଥିଲା , କିନ୍ତୁ ଏବେର ଟଙ୍କା ବୃଦ୍ଧି ଯୋଗୁଁ ଏବେ ଏହା ୬୧୦.୫୦ଟଙ୍କା ହୋଇଯାଇଛି ।

୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଦାମ୍‌ ଲୋକଙ୍କ ଆଶ୍ୱସ୍ତି ମିଳିଛି । ଦିଲ୍ଲୀରେ ୧୯କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡରରେ ୪ଟଙ୍କା ଶସ୍ତା ହୋଇଛି । ଏହା ପରେ ଦିଲ୍ଲୀବାସୀଙ୍କୁ ୧୧୩୯.୫୦ଟଙ୍କାରୁ ୧୧୩୫.୫୦ ଦେବାକୁ ପଡିବ । କୋଲକାତାରେ ଏହାର ଦାମ୍‌ ୧୧୯୭.୫୦ଟଙ୍କା, ମୁମ୍ବାଇରେ ୧୦୬୦.୫୦ଟଙ୍କା, ଚେନ୍ନାଇରେ ୧୨୫୫ଟଙ୍କା ହୋଇଯାଇଛି ।

ବର୍ତ୍ତମାନର ସମୟରେ ସରକାର ଏକ ବର୍ଷ ପାଇଁ ପ୍ରତ୍ୟେକ ଘର ପାଇଁ ୧୪.୦୨ କିଲୋଗ୍ରାମର ୧୨ ସିଲିଣ୍ଡରରେ ସବ୍‌ସିଡି ପ୍ରଦାନ କରୁଛନ୍ତି । ଯଦି ଗ୍ରାହକମାନେ ଏହାଠାରୁ ଅଧିକ ସିଲିଣ୍ଡର ନେବାକୁ ଚାହିଁବେ , ତେବେ ଏଥିପାଇଁ ତାଙ୍କୁ ବଜାର ଦାମ୍‌ ହିସାବରେ କିଣିବାକୁ ପଡିବ । ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ପ୍ରତି ମାସରେ ବଦଳିଥାଏ । ପ୍ରତିମାସରେ ଏହାର ସମୀକ୍ଷା କରାଯାଇଥାଏ , ଏବଂ ବୃଦ୍ଧି କି କମ୍‌ କରାଯାଇଥାଏ ।

   Related Posts