ରାଇରଙ୍ଗପୁର ୫/୧୨ : ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା ଗ୍ୟାସ ଟାଙ୍କି ଭର୍ତ୍ତି ଟ୍ରକ । ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ବିଶୋଇ ଥାନା ନିକଟସ୍ଥ ଜାତୀୟ ରାଜପଥରେ । ଇଂଡେନ ଗ୍ୟାସ ଟାଙ୍କି ନେଇ ବାରିପଦା ଆଡକୁ ଯାଉଥିବା ଏକ ଟ୍ରକ ଅଚାନକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଟ୍ରକ ତଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।