Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲେ ପରିବାର

1/02/2021 at 9:59 AM

ପଦ୍ମପୁର ୧।୨: ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ପରିବାର । ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିଜାମାଲ ଗାଁରେ ଘଟିଛି ଏଭଳି ଅଘଟଣ ।

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିଜାମାଲ ଗ୍ରାମର କୈଳାଶ ପାଣ୍ଡେଙ୍କ ଘରେ ସିଲିଣ୍ଡର ନିଆଁ ଲାଗିଯାଇଛି । ଜଳଖିଆ ତିଆରି କରିବା ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଚାହଁୁ ଚାହୁଁ ହୁ ହୁ ହୋଇ ନିଆଁ ଜଳିବାକୁ ଆରମ୍ଭ କରିବା ସହ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା । ପରିଲୋକ ଲୋକଙ୍କ ସତର୍କତା ଯୋଗୁଁ କୌଣସି ବ୍ୟକ୍ତିଙ୍କର କିଛି କ୍ଷୟକ୍ଷତି ହୋଇନାହିଁ ।

କୈଳାଶ ପାଣ୍ଡେଙ୍କ ସ୍ତ୍ରୀ ମହରଗୀ ପାଣ୍ଡେ ସୁମିତ୍ରା ଭାରତ ଗ୍ୟାସ୍ ଗ୍ରାମୀଣ ବିତରକ ଜୁରିଆଠାରୁ ରନ୍ଧନ ଗ୍ୟାସର ସଂଯୋଗ ନେଇଛନ୍ତି । ହେଲେ ଏହି ବିତରକଟି ଜିଲ୍ଲା ବାହାରର ହୋଇଥିବା କାରଣରୁ ଠିକ୍ ଭାବେ ସେବା ଯୋଗାଇ ପାରୁନାହିଁ । ଗ୍ୟାସ୍ ସିଲିଣ୍ଡର ଦେବା ସମୟରେ ତାହା ଯାଞ୍ଚ ହେଉନାହିଁ ଫଳରେ ଏଭଳି ଅଭାବନୀୟ ଘଟଣା ଘଟୁଛି । କିଛି ଗ୍ୟାସ୍ ବିତରକ ନିଜ ଟାର୍ଗେଟ୍ ପୂରଣ ପାଇଁ ପାଖ ଜିଲ୍ଲାର ଲୋକଙ୍କୁ ଜୋରଜବରଦସ୍ତ କାଗଜପତ୍ର ନେଇ ଗ୍ୟାସ୍ ସଂଯୋଗ ଦେଉଛନ୍ତି ହେଲେ ସେବା ଯୋଗାଇବାରେ ବିଫଳ ହେଉଛନ୍ତି । ଏଭଳି ଅବ୍ୟବସ୍ଥା କାରଣରୁ ଲୋକଙ୍କ ଜୀବନପ୍ରତି ବିପଦ ରହୁଛି । ସ୍ଥାନୀୟ ଯୋଗାଣ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

   Related Posts