Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚଳନ୍ତା ଗାଡିରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର

30/08/2020 at 11:32 AM

କୋଲକାତା ୩୦।୮: ଚଳନ୍ତା ଗାଡିରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପୂର୍ବ ମେଦିନୀପୁର କୁଦିର ଅଞ୍ଚଳର ଏକ ପରିବାର । ନିଆଁ ଲାଗି ଗାଡିଟି ସମ୍ପୂର୍ଣ୍ଣ ପୋଡି ଯାଇଛି। କୌଣସି ପ୍ରକାରେ ଚଳନ୍ତା ଗାଡିରୁ ଚାଳକ ସହ ୪ ଜଣ ଓହ୍ଲାଇ ଜୀବନ ବଞ୍ଚାଇ ପାରିଛନ୍ତି । ଡାକ୍ତର ଦେଖାଇବାକୁ କାର୍‌ ଯୋଗେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଶନିବାର ପୂର୍ବାହ୍ନ ୧୧ଟା ବେଳେ ପରିବାର ସଦସ୍ୟମାନେ ଡାକ୍ତର ଦେଖାଇବାକୁ କୁଦିଠାରୁ ଏଗରା ଅଭିମୁଖେ ଏକ କାର୍‌ରେ ଯାଉଥିଲେ। ଏଗରା-ଦୀଘା ରୋଡ୍‌ରେ ହଠାତ୍‌ ଗାଡ଼ିରେ ଲାଗିଥିବା ସିଲିଣ୍ଡରଟି ବିରାଟ ଶବ୍ଦ କରି ବିସ୍ଫୋରଣ ଘଟିଥିଲା। ଏହା ଶୁଣି ତୁରନ୍ତ ଗାଡ଼ି ଅଟକାଇ ଚାଳକ ଓ ଅନ୍ୟମାନେ ଦୂରକୁ ଦୌଡ଼ି ପଳାଇ ଯାଇଥିଲେ। ପରେ ଗାଡ଼ିଟି ହୁତୁ ହୁତୁ ହୋଇ ଜଳିଯାଇଥିଲା।

ଖବର ପାଇ ପୁଲିସ ଓ ଦଳକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଉକ୍ତ ଗାଡ଼ିଟି ଗ୍ୟାସ୍‌ରେ ଚାଲୁଥିଲା, ଯାହା ବେଆଇନ ବୋଲି ଦମକଳ ବାହିନୀ ପକ୍ଷରୁ କୁହାଯାଇଛି।

   Related Posts