ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର

Published By : Prameya-News7 Bureau | June 22, 2021 IST

କରଞ୍ଜିଆ ୨୨।୬: ନିଆଁ ଲାଗି ଫାଟିଲା ଗ୍ୟାସ୍ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ପୁରା ପରିବାର। କେନ୍ଦୁଝର ଜିଲ୍ଲା କରଞ୍ଜିଆ ଏନଏସି ୱାର୍ଡ ନଂ ୧୩ ଦେଓ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":469602,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା କରଞ୍ଜିଆ ଏନଏସି ୱାର୍ଡ ନଂ ୧୩ ଦେଓ କଲୋନୀରେ ଏକ ଭଡା ଘରେ ଗୋଟିଏ ପରିବାର ରହୁଥିଲେ । ରୋଷେଇ ବେଳେ ହଠାତ କୌଣସି କାରଣ ବଶତଃ ସିଲିଣ୍ଡରଟିରୁ ନିଆଁ ଲାଗିଯାଇଥିଲା । ଫଳରେ ପରିବାର ମୁଖ୍ୟ ସଙ୍ଗେ ସଙ୍ଗେ କୌଣସି ପ୍ରକାରେ ଜଳନ୍ତା ସିଲିଣ୍ଡରଟିକୁ ନେଇ ବାଡିପଟେ ଫିଙ୍ଗିଦେଇଥିଲେ । ତେବେ ଫିଙ୍ଗିବାର କିଛି ସମୟ ପରେ ପ୍ରଚଣ୍ଡ ଶବ୍ଦ ସହ ସମ୍ପୃକ୍ତ ଗ୍ୟାସ୍ ସିଲିଣ୍ଡରଟି ଫାଟି ଯାଇଥିଲା ଓ ପରିବାରର ସମସ୍ତ ସଦସ୍ୟ ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.